logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଶୀତଳସଞ୍ଚା
ଦେବଦେବୀଙ୍କୁ ପ୍ରଦତ୍ତ ଜଳଖିଆ ଭୋଗର ସାମଗ୍ରୀ l

ଶୀତଳା
ବସନ୍ତେଇ ଠାକୁରାଣୀ l ବାଡ଼ି, ବସନ୍ତ ଇତ୍ୟାଦି ରୋଗରୁ ମୁକ୍ତି ପାଇବାକୁ ଏହାଙ୍କୁ ଶୀତଳ ପଣା ଭୋଗ ଦିଆଯାଏ l ବଡଦେଉଳର କୋ‌ଇଲିବୈକୁଣ୍ଠ ଓ ସୁନାକୂଅ ନିକଟରେ ଏହି ଠାକୁରାଣୀଙ୍କ ମନ୍ଦିର ଅଛି l ଏହାଙ୍କର ଅନ୍ୟନାମ ଶୀତଳେଈ l

ଶୀତୁଳି
ଖରାଦିନ ଉପରବେଳା ଗ୍ରୀଷ୍ମତାପ ହ୍ରାସ ହେବା ଓ ଶୀତଳ ପଡିବା l

ଶୁଆ
ଶୁକପକ୍ଷୀ l ଓଡ଼ିଶାରେ ବିଭିନ୍ନ ପ୍ରକାରର ଶୁଆ ଅଛନ୍ତି l ଶୁଆକୁ ହରିନାମ, ରାମନାମ ଶିଖାଇ ଦିଆଯାଏ l

ଶୁଆଁ
୧. ଶୁଆଁଲ‌ଇ, ଶାରି l ୨. ଶୁଆଁ ଧାନ l ଏହା ଧାନବିଲରେ ବଢେ, ଧାନକେଣ୍ଡା ପରି ଏଥିରେ କେଣ୍ଡା ଧରେ l ଟୋକେଇ ଦ୍ଵାରା ଏହା ସଂଗ୍ରହ କରାଯାଏ ଓ ଏଥିରୁ ଚାଉଳ ବାହାର କରାଯାଏ l

ଶୁଆଝିଣ୍ଟିକା
ଫସଲଖିଆ ପଙ୍ଗପାଳ l

ଶୁଆପକ୍ଷିଆ
ଶୁଆ ପକ୍ଷୀ ପରି ଶାଗୁଆ l

ଶୁଆପକ୍ଷିଆ ବୁଲିବା
ଧାନ କ୍ଷେତର ଧାନ ଗଛ ଭଲ ବଢି ଶାଗୁଆ ଓ ଉର୍ବରା ହେବା l

ଶୁଆବଳଦ
ହଳରେ ଅଥବା ଗାଡିରେ ଯୋଚିଲେ ଯେଉଁ ବଳଦ ଶୋ‌ଇପଡେ l

ଶୁଆସିଆ
ଶ୍ଵାସରୋଗୀ l


logo