logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଶାଳ
୧. ଶେଉଳ ଜାତୀୟ ବଡ଼ ମାଛ l ଏହା ମୁଣ୍ଡରେ ଚକ୍ର ଚିହ୍ନ ଥାଏ l ୨. ଶାଳ ଗଛ l ୩. ତେଣ୍ଡାଗାତ, ଏଥିରୁ ପାଣି ବୁହାଯାଏ l ୪. କମାରର ଭାଟିଥିବା ସ୍ଥାନ l ୫. ଧୋବାର ଲୁଗାକଚା ସ୍ଥାନ l ୬. କାରିଗରଙ୍କ କାରିଗରୀ କାମର ଜାଗା l

ଶାଳଗ୍ରାମ
ଗଣ୍ଡକୀଶିଳା; ବଜ୍ରକୀଟ ଦ୍ଵାରା କଣା ହୋ‌ଇଥିବା ଚକ୍ର ଓ ଛିଦ୍ର ବିଶିଷ୍ଟ ଗୋଲାକୃତି ଶିଳାଖଣ୍ଡ, ଯାହାକୁ ବିଷ୍ଣୁମୂର୍ତ୍ତି ରୂପେ ପୂଜା କରାଯାଏ l ଏଥିରେ ଥିବା ଚିହ୍ନ ନେଇ ଏହାର ନାମକରଣ କରାଯାଇଥାଏ l

ଶାଳଗ୍ରାମ ଖଟୁଲି
ଯେଉଁ ଖଟୁଲିରେ ଶାଳଗ୍ରାମ ରଖି ପୂଜା କରାଯାଏ l

ଶାଳଘର
କମାର, ଥଟ୍ଟାରି, ବଢେଇ ଇତ୍ୟାଦିଙ୍କ କାମ କରିବା ଘର l

ଶାଳପହଣି
ଜଳାଶୟରୁ ଶେଣା ଦ୍ଵାରା ପାଣି ଉଠାଇବା ପାଇଁ ଖୋଳାଯାଇଥିବା ଗାତ l

ଶାଳି
ହେମନ୍ତ ଋତୁରେ କଟା ଯାଉଥିବା ଧାନ, ଶାରଦ ଧାନ l

ଶାଳିଆ
୧. ସାରଙ୍ଗୀ ବାଉଁଶ l ୨. ବତାରେ ବୁଣାଯାଇଥିବା ଏକ ପ୍ରକାର ମାଛମରା ଯନ୍ତ୍ର l

ଶାଳିଆପତନୀ
ଗନ୍ଧମାର୍ଜାର, କଟାଶ l ଏଗୁଡିକ ଫଳମୂଳ ଖାଆନ୍ତି, ଏହାର ଲାଙ୍ଗୁଡ଼ରେ ଶଙ୍ଖାମୁଠିଆ ଚିହ୍ନ ଥାଏ l ଏହା ଦେହରୁ ଏକ ପ୍ରକାର ଗନ୍ଧ ବାହାରେ l

ଶାଳିଆବାଉଁଶ
ଡେଲିଙ୍ଗି ବାଉଁଶ l

ଶାଳୀ
ନିଜ ସ୍ତ୍ରୀର ସାନଭ‌ଉଣୀ l ତା ସହିତ ପରିହାସ କରାଯାଏ l


logo