logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଲଣ୍ଡାମୁଣ୍ଡ
ସଂପୂର୍ଣ୍ଣ ବାଳ କଟାଯାଇଥିବା ମୁଣ୍ଡ l

ଲଣ୍ଡାକୂଅ
ଘୋଡାନନ୍ଦ ନଥିବା କୂଅ l

ଲଣ୍ଡାବଗୁଲି
ଗନ୍ଧ ତୁଳସୀ, ବଣ ତୁଳସୀ l

ଲତାକନା
ମଥାରେ ଗୁଡ଼ା ଯାଉଥିବା ତେଲଭିଜା କପଡ଼ା l

ଲତାଡି
ଜାହାଜକୁ ଲଙ୍ଗର କଲାବେଳେ ପଛ ଆଡୁ ଲାଗିଥିବା ଓଜନିଆ ଶିକୁଳି l

ଲଦ‌ଉ
୧. ଡଙ୍ଗା ଓ ଶଗଡ ଇତ୍ୟାଦିରେ ବୋଝ ଲଦା l ୨. ଚାଳଘର ଉପରେ ରୁଅ ପକାଇବା ଇତ୍ୟାଦି l

ଲଦିଆ
ପବନରୁ ଚାଳଘରର ଛାଆଣିକୁ ରକ୍ଷା କରିବା ପାଇଁ, ଚାଳ ଉପରେ ପକାଯାଉଥିବା ବତାଛକି ବା ଜାଲି l

ଲବଙ୍ଗଲତା
ଘିଅରେ ଭଜାଯାଇ ଚିନି ସିରାରେ ଭିଜା ଯାଇଥିବା ଲୁଚି l ଏହା ଉପରେ ଲବଙ୍ଗ ଖୋସି ଦିଆଯାଇଥାଏ l

ଲବଣଚ‌ଉଁରୀ
ବିବାହ ସମୟର ଏକ କର୍ମ l

ଲହଡ଼ି
ଚାଳଘର ରୁଅର ତଳପାଖ ଯେଉଁ ଲମ୍ବ ବାଉଁଶ ଉପରେ ରଖାଯାଏ, ଏଇ ବାଉଁଶ ପାରିଆଖୁଣ୍ଡି ଉପରେ ଲମ୍ବା ବାଗରେ ଚାଲିଥାଏ l


logo