logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ମକର ଯାତ
ମକର ସଂକ୍ରାନ୍ତିରେ ଦେବଦେବୀ ମନ୍ଦିର ନିକଟରେ ବହୁଜନ ସମାଗମ ହୁଏ l ଏହାକୁ ମକର ମେଳା ମଧ୍ୟ କୁହାଯାଏ l କେତେକ ସ୍ଥଳରେ ରାତିରେ ଏଇଠାରେ ନାଟ ତାମସା ଇତ୍ୟାଦି ମଧ୍ୟ ପରିବେଷିତ ହୋ‌ଇଥାଏ l

ମକର ସଂକ୍ରାନ୍ତି
ମାଘ ବା ମକର ମାସର ସଂକ୍ରାନ୍ତି l ଏଇ ଦିନ ବିଭିନ୍ନ ସ୍ଥାନରେ ମକର ପର୍ବ ପାଳନ ହୋ‌ଇଥାଏ ଓ ମକର ବୁଡ ପକାଯାଏ l ଦିଅଁଙ୍କୁ ମକର ଚାଉଳ ଲାଗି କରାଯାଏ l

ମକାଖ‌ଇ
ମକାଶସ୍ୟ ଦାନାକୁ ଭାଜି ପ୍ରସ୍ତୁତ କରାଯିବା ଖଇ l

ମକୁଟା
୧. ବାଉଳି ବତା, ଘରର ହାତି ଅନ୍ଧ ଉପର ଚାଳରେ ପଦାକୁ ବାହାର କରାଯାଇ ବନ୍ଧା ଯାଇଥିବା କୁଟା ଗୋଛା l ୨. ନାଆ ଚାଳିଆ ଘରର ହାତି ଅନ୍ଧ ଉପରେ ଥିବା ତିନିକୋଣିଆ ଅଂଶ l

ମୁକୁନ୍ଦି(ନ୍ଦୁ) ଉଖୁଡା
ଦୋପାଗି ଉଖୁଡା l

ମଖନା
ବୋଇତି କଖାରୁ l

ମଗଜ ଲଡୁ
ଘିଅ ଭଜା ଚାଉଳ ଗୁଣ୍ଡରୁ ଚିନି ଶିରାରେ ପାଗ କରି ବଳା ଯାଉଥିବା ଲଡୁ l

ମଗଜି
ଶେଯ ଆଦିରେ ଦିଆ ଯାଇଥିବା ସରୁ ଧଡି l

ମଗରମୁଣ୍ଡ
ମଗର ମୁଣ୍ଡ ପରି ଗଢା ସୁନା ରୁପାର ଖଡୁ l

ମଗରା
ପାଣି ଯିବା ପାଇଁ ତିଆରି ପୋଡା ମାଟିର ନଳା l


logo