logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ବଡଓଷା
୧. କାର୍ତ୍ତିକ ମାସରେ ପୂର୍ଣ୍ଣମୀ ପୂର୍ବଦିନ ଧବଳେଶ୍ୱରଙ୍କ ପୀଠରେ ଅନୁଷ୍ଠିତ ଶୈବ ଉପାସନା ଓ ଓଷା l ୨. ପୁରୀ ଓ ଗଂଜାମରେ ଭାଦ୍ର ଶୁକ୍ଳ ଷଷ୍ଠୀ ଓ ଆଶ୍ୱିନ ଶୁକ୍ଳ ଦଶମୀରେ ଅନୁଷ୍ଠିତ ହେଉଥିବା ସୋମନାଥ ବ୍ରତ l

ବଡକାଠ
ବଡ ଢୋଲ l ପ୍ରାୟ ଦୁଇ ବା ତିନିହାତ ବ୍ୟାସ ବିଶିଷ୍ଟ ଦୁଇ ତିନି ହାତ ଲମ୍ବ ବିଶିଷ୍ଟ ଚମଡା ଛାଆଣି ଆନଦ୍ଧ ବାଦ୍ୟ l ଏହାକୁ ବାଉଁଶରେ ଓହଳାଇ ବଜାଯାଏ l

ବଡଚାଟ
ଚାହଳିରେ ଅନ୍ୟ ଛାତ୍ରମାନଙ୍କ ତତ୍ତ୍ୱାବଧାନ ପାଇଁ ଅବଧାନଙ୍କ ଦ୍ୱାରା ନିର୍ବାଚିତ ଚାଟ l

ବଡଜାଲ
ଗଭୀର ପାଣିରେ ପକାଇ ମାଛ ଧରାଯାଉଥିବା ବଡ ଆକାରର ଜାଲ l

ବଡତାଠି
ବଡ ଆକାରର ଥାଳି l

ବଡତି
ଶ୍ରୀକ୍ଷେତ୍ରରେ ଥିବା ସାଧୁ-ସନ୍ଥଙ୍କ ନେତୃତ୍ୱରେ ସଂସ୍ଥାପିତ ଜେଗାଘର l

ବଡଦାଣ୍ଡ
ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରଠାରୁ ଗୁଣ୍ଡିଚା ମନ୍ଦିର ଯାଏ ଥିବା ଚ‌ଉଡା ଦାଣ୍ଡ, ରଥ ଦାଣ୍ଡ l

ବଡଦାନ
ପଶାଖେଳରେ ପ୍ରତିଟି କାଠିରେ ପଡୁଥିବା ଛ‌ଅ ସଂଖ୍ୟକ ଦାନ l

ବଡପଣ୍ଡା
ଦେବଦେବୀ ମନ୍ଦିରର ପ୍ରଧାନ ପୂଜକ l

ବଡପାଟିଆ
ଚାଳଘରର ମୁଖ୍ୟ ଶେଣି l


logo