logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ବଗଚର
ସଡକ ପାଖର ନୟନଯୋଡି l ଏଥିରୁ ମାଟି ଖୋଳା ହୋ‌ଇ ସଡକରେ ପଡେ ଏବଂ ଏଥିରେ ଥିବା ପାଣିରେ ବଗ ଚରନ୍ତି l

ବଗଡ
୧. ବେଧ ଛୁଆ, ଦୋ-ମିଶା ଜୀବ l ୨. କନ୍ଧମାନେ କାନ୍ଦୁଲ ଓ ହରଡ ବୁଣୁଥିବା ପାହାଡର ଢାଲୁ ଜାଗା l

ବଗଡା
ମୋଟା(ଚାଉଳ)

ବଗଡାଲୁ
ମଲକଢି, ଉପରକାନର ଅଳଂକାର l

ବଗଲ
୧. ମ‌ଇର ଦୁଇ ମୁଣ୍ଡ l ୨. ଜାମାର ଛାତିକନା ଓ ପିଠି କନା ମଝିରେ ଲାଗିଥିବା ତିନି କୋଣିଆ କନା l

ବଗଲକୟାଁ
ମ‌ଇର ଶେଷ ଦୁଇମୁଣ୍ଡ ଫଳିରେ ମରାଯାଇଥିବା ଖିଲ l

ବଗାର
୧. ଅଣ୍ଡିରା ମ‌ଇଁଷି l ୨. ଜନ୍ମ କରିନଥିବା ମାଈ ମ‌ଇଁଷି l

ବଗାଳ
ବର୍ଷକ ପାଇଁ ମାଲିକ ଘରେ ଖାଇ ପିଇ, ଦରମା ନେଇ ଗୋରୁ ରଖା ଚାକିରି କରୁଥିବା ଚାକର l

ବଗି
୧. ଦୁଇ ଚକିଆ ଘୋଡା ଗାଡି l୨. ଠେଲା ଗାଡି l

ବଗୁଲିଘାସ
ଦ‌ଉଡା ବଳାଯିବା ପାଇଁ ବ୍ୟବହୃତ ହେଉଥିବା ଲମ୍ବାଳିଆ ଘାସ l


logo