logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ବଳିତା ବସାଇବା
ଦେବଦେବୀଙ୍କ ନିକଟରେ ମାନସିକ ପୂରଣ ପାଇଁ ଘିଅ ଦୀପ ଜଳାଇବା l

ବସଣୀ
ନାକଚଣା,ନାକର ଅଳଂକାର l

ବସନ୍ତ ପଞ୍ଚମୀ
ମାଘ ଶୁକ୍ଳ ପଞ୍ଚମୀ, ଶ୍ରୀ ପଞ୍ଚମୀ l

ବସନ୍ତରା
ପଣାସଂକ୍ରାନ୍ତିଠାରୁ ଏକ ମାସ ପର୍ଯ୍ୟନ୍ତ ତୁଳସୀ ଗଛ ଉପରେ ଝୁଲା ଯାଇଥିବା ଓ ତଳେ କଣାଥିବା ଛୋଟ ଘଡି ବା ଠେକି ଓ ଏଥିରୁ ପାଣି ବୋହିବା ବ୍ୟବସ୍ଥା l

ବସାଣ
କାକରା, ଅମାଲୁ ଇତ୍ୟାଦି ପିଠା ସଜାଇ ରଖିବା ପାଇଁ ବ୍ୟବହୃତ ପଲମ,ତାଡିଆ ଇତ୍ୟାଦି l

ବସାଦହି
ଦୁଧରେ ଦହି ବା ଖଟା ପକାଇ କିଛି ସମୟ ରଖିବାପରେ ଗାଡ ହୋ‌ଇଥିବା ଦହି l

ବସାସଞ୍ଚା
ଆଗନ୍ତୁକ ବ୍ୟକ୍ତିଙ୍କ ନିମିତ୍ତ ଉଦ୍ଦିଷ୍ଟ ଚାଉଳ,ଡାଲି, ପରିବା ଇତ୍ୟାଦି ରୋଷେଇ ସରଞ୍ଜାମ l

ବସୁମାତା ଗାଧୁଆ
ଶେଷ ରଜ ପରଦିନ ସଂପାଦିତ ବସୁମତୀଙ୍କ ସ୍ନାନ ଉତ୍ସବ l ଏଇ ଦିନ ଦ୍ୱାର ଲିପାହୋ‌ଇ ଧୁଆ ପିଢାରେ କଳା ପାତି, ସିନ୍ଦୂରଫରୁଆଦି ରଖି ପୂଜା କରାଯାଏ l

ବସ୍ତାନି
ଲୁଗାପଟା ବା କାଗଜପତ୍ର ବନ୍ଧା ଯାଇଥିବା କନାପୁଡା l

ବହୁମାନ
ବିଶିଷ୍ଟ ବ୍ୟକ୍ତିଙ୍କ ଅବଦାନରେ ଗଠିତ ଆଖେଡା ବା ଜେଗାଘର l


logo