logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ବଢାମାସ
ମଳ ମାସ,ପ୍ରତ୍ୟେକ ଅଧିବର୍ଷରେ ପଡୁଥିବା ମାସ l

ବଢିଆ
ଶଗଡିଆ ବଳଦକୁ ବାଟରେ ଖୋ‌ଇବା ପାଇଁ ଶଗଡ ଦଣ୍ଡାରେ ନିଆ ଯାଇଥିବା ପାଳ ଗୋଛାର ମୋଟା ବେଣୀ l

ବଢିଆଣଚିତା
ସନ୍ତାନର ମଙ୍ଗଳ କାମନା କରି ମାର୍ଗଶିର ମାସର ପ୍ରଥମାଷ୍ଟମୀରେ ପକାଯାଉଥିବା ଚିତା l

ବଢିଣା
ଝାଡୁ,ଛାଞ୍ଚୁଣୀ l

ବଢିପାଣି
ନ‌ଈ ବଢିରେ ନ‌ଈରେ ଆସିଥିବା ଓ ଖାଲୁଆ ଅଞ୍ଚଳରେ ମାଡି ଯାଇଥିବା ଗୋଳିଆ ପାଣି l

ବଣା
ମାଠିଆଠାରୁ ସାମାନ୍ୟ ବଡ ମୋଟା ମାଟିପାତ୍ର l

ବଣିଆତି ଚିଜ
ଗନ୍ଧବଣିକ ବା ପୋଟଳି ବଣିଆଙ୍କର ଔଷଧୀୟ ଫଳ, ମୂଳାଦି ଦ୍ରବ୍ୟ l

ବଣ୍ଡାଳ
ଲମ୍ବାବେଣ୍ଟିଆ କୋଦାଳ ଫାଉଡା l

ବଣ୍ଡି
ଶଗଡ l

ବଣ୍ଡିନାଟ
ପଶ୍ଚିମ ଓଡିଶାର ଏକ ଲୋକନାଟ୍ୟ, ଏଥିରେ ଶ୍ରୀରାଧାଙ୍କ ସ୍ୱାମୀ ଚନ୍ଦ୍ରସେଣାଙ୍କ ଭ‌ଉଣୀ ବଣ୍ଡି ହେଉଛି ମୁଖ୍ୟ ଚରିତ୍ର l ଏଇ ନାଟରେ କେବଳ ଢୋଲବାଦ୍ୟ ବାଜେ,ଏହା କୃଷ୍ଣଲୀଳାର ଏକ ଆଞ୍ଚଳିକ ପରିପ୍ରକାଶ l


logo