logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ବଡି ଖ‌ଇଞ୍ଚି
ବଡି ପକାଯିବା ପାଇଁ ବ୍ୟବହୃତ ଚଟେଇ ବା ମସିଣା l ଏହା ଉପରେ ପ୍ରଥମେ ଚାଉଳ ପିଠ‌ଉର ପ୍ରଲେପ ଦିଆଯାଇଥାଏ l

ବଡିଫୁଲା
ଭଜାବଡିକୁ ବେସରପାଣି ଦେଇ ପ୍ରସ୍ତୁତ କରାଯାଉଥିବା ବ୍ୟଂଜନ l

ବଡି ସକାଳ
ଅତି ପ୍ରତ୍ୟୁଷ, ଭୋର ସମୟ l

ବଡୁଆ
ବଢା, ଘ‌ଉଡା ମୁହାଁ ଛୋଟ ହାଣ୍ଡି l

ବଡୁଘର
ବ୍ରତ ଘର l ବ୍ରାହ୍ମଣ ପୁଅର ବ୍ରତକର୍ମ l

ବଡୁଭିକ୍ଷା
ବ୍ରତ ପିଲର ବ୍ରହ୍ମଚାରୀ ବେଶରେ ଆଗନ୍ତୁକମାନଙ୍କୁ ଉଦ୍ଦେଶ୍ୟରେ ଭିକ୍ଷା,ଯାଚନା l

ବଡୁସେବା
୧. ଜଗନ୍ନାଥଙ୍କ ମୁହଁ ଧୋ‌ଇବା ବେଳେ ପାଣି ଯୋଗାଇବା, ବଡ ଶିଂଘାର ବେଶ କରିବା ଏବଂ ତାଙ୍କ ଛଡା ଫୁଲ ରାଜାଙ୍କୁ ଦେବା ଭଳି ସେବା l ୨. ଲିଙ୍ଗରାଜ ମହାପ୍ରଭୁଙ୍କୁ ଲାଗି କରାଯାଉଥିବା ଫୁଲ ଓ ବେଲପତ୍ର ଯୋଗାଉଥିବା ଶୂଦ୍ର ସେବକ l

ବଢଣି
ଝାଡୁ,ଛାଞ୍ଚୁଣୀ, ବଢିଣା l

ବଢା
୧. ଛୋଟ ମାଟିହାଣ୍ଡି l ୨. ପରଶୁଣିଆ l

ବଢାଭାତ
ଘଡିବାତ, ଶିଶୁମାନଙ୍କୁ ଖୋ‌ଇବା ପାଇଁ ଛୋଟ ଘଡିରେ ରନ୍ଧା ହୋ‌ଇଥିବା ଭାତ l


logo