logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଫରୁଆ
୧. କାଠ ବା ଧାତୁ ତିଆରି ଗୋଲାକାର ପାତ୍ର,ଏହାର ଉପରଟିରେ ଢାଙ୍କୁଣୀ ଏବଂ ତଳଟିରେ ସିନ୍ଦୂର ପ୍ରଭୃତି ରଖାଯାଏ l ୨. ଗୋଲମୁଖ ବା ଛତିବାଲା କଣ୍ଟା

ଫଳଣା
ଅମୁକ,କୌଣସି ଲୋକର ନାମ ଧରିବାକୁ ନଥିଲେ, ସେଇ ଲୋକ ସ୍ଥାନରେ ଫଳଣା ବୋଲି କୁହାଯାଏ l

ଫଳଥୁଆ
ବିବାହିତା ନାରୀ ଦୁର୍ଗାଷ୍ଟମୀ ଦିନ ବ୍ରତ କରି ମନସ୍କାମନା ପୂରଣ ପାଇଁ ବାଢିବା ଫଳ l

ଫଳଯିବା
୧.ଗାଇ ଷଣ୍ଢ ଦ୍ୱାରା ସଂଗମ ହେବା l ୨.ନାରୀ ଗର୍ଭବତୀ ହେବା l

ଫଳା
୧. ଫରି, ଢାଲ l ୨.ପାନ ଲଟାର ଗଣ୍ଠି ଗୁଡିକରୁ ବାହାରିବା ଶାଖା l

ଫଲା
ଛୁରୀ ଓ ଖଣ୍ଡାର ପତ୍ର, ପାତ l

ଫଳାହାର
ଫଳ ଭୋଜନ, ଏକାଦଶୀ ଦିନ ଉପବାସ କରି ବିଭିନ୍ନ ଫଳ ଭୋଜନ କରିବାର ବିଧି l

ଫଳି
ଶଗଡ ବା ନିଶୁଣିର ଦୁଇ ଦଣ୍ଡାକୁ ଯୋଗ କରୁଥିବା ଆଡିପଟା l

ଫସଣ୍ଡିଯିବା
ବଳୁଆ ମାଟି ଯୋଗୁଁ ଗୁଡାଏ ପତ୍ର ଧରି ବଢିବା ମୁଗ,ବିରି ଇତ୍ୟାଦି ଗଛ l ଅତି ଉର୍ବରା ହେତୁ ଏଥିରେ ଫୁଲ,ଫଳ ହୁଏ ନାହିଁ

ଫସର ଫାଟିବା
ସକାଳ ହେବା l


logo