logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ପଟାଳି
୧. ଶାଗ କିଆରି l ୨. କାଠ ବା ବାଉଁଶକୁ ଏକାଠି କରି ପାଣିରେ ଭସାଇବା l

ପଟାହାଡ
ପଲାଣ ବନ୍ଧାବେଳେ ବଳଦ ବା ମଇଁଷିର ପେଟତଳେ ବନ୍ଧାଥିବା ଦଉଡି ଗୋଛା l

ପଟି
୧. ତାଳ ବା ଖଜୁରିପତ୍ରରେ ବୁଣା ଲମ୍ବାଳିଆ ଆସନ l ୨. ଚିରା ଲୁଗାରେ ସିଲେଇ ହେବା ତାଳି l ୩. କ୍ଷେତର ଲମ୍ବାଳିଆ ଅଂଶ l

ପଟିଦିଅଁ
ଶ୍ରୀଜଗନ୍ନାଥ, ବଳଦେବ, ସୁଭଦ୍ରା ସ୍ନାନ ଯାତ୍ରାପରେ ଅଣସର ଘରେ ରହିବାରୁ, ଭକ୍ତଙ୍କ ଦର୍ଶନ ପାଇଁ ସେମାନଙ୍କ ପ୍ରତିଚ୍ଛବି ଅଙ୍କିତ ପଟି l

ପଟୁଆର
ନାଗଗୀତ, କୀର୍ତ୍ତନ, ବାଦ୍ୟାଦି ସହିତ ଦିଅଁଙ୍କ ଶୋଭାଯାତ୍ରା l ରାଜା, ଜମିଦାରଙ୍କ ଶୋଭାଯାତ୍ରା, ରାଜାଙ୍କ ସୈନ୍ୟ ବା ପାଇକଙ୍କ ସମବେତ ଶୋଭାଯାତ୍ରା l

ପଟୁକା
୧. କଦଳୀପାଟୁଙ୍ଗା l ୨. ପଗଡି l ୩. ଅଣ୍ଟାରେ ଭିଡାଯିବା ଲମ୍ବା ବସ୍ତ୍ର ଖଣ୍ଡ l

ପଠା
୧. ନଈ ଭିତରେ ଥିବା ଚଉଡା ଭୁଇଁ, ନଈ କୂଳର ଉର୍ବର ଚାଷଜମି l ୨. ପିଠି ବ୍ରଣ, ଯାହା ପିଠିରେ ଚିତଉପିଠା ପରି ଆକାର ଧାରଣ କରିଥାଏ ଓ ଅତି କଷ୍ଟ ଦିଏ l

ପଠାନିଯିବା
ପୁଆଣି ହୋଇ ଶାଶୁଘରକୁ ଯିବା, ରଜସ୍ୱଳା ହେବା ପରେ ବିବାହିତା କନ୍ୟା ପ୍ରଥମଥର ଶାଶୁଘରକୁ ଯିବା l

ପଡି
ଭରଣ ପୋଷଣ ପାଇଁ ଫି ରୋଜ୍ ଦିଆଯିବା ଖାଇବା ସାମଗ୍ରୀ, ସଞ୍ଚା, ହଳିଆକୁ ମାସ ହିସାବରେ ଦିଆଯିବା ଧାନ l

ପଡିଅଣ
ଇଟା ବା ଟାଇଲ୍ ପକାଯିବା ନିମିତ୍ତ ପରିଷ୍କୃତ ସମତଳ ଜାଗା l


logo