logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ପଞ୍ଚଗବ୍ୟ
ପାପ ମୁକ୍ତି ଅଥବା ପ୍ରାୟଶ୍ଚିତ୍ତ ନିମିତ୍ତ ଗାଈଠାରୁ ପାଞ୍ଚ ଦ୍ରବ୍ୟ ଯଥା- ଦୁଧ, ଦହି, ଘିଅ, ଗୋବର ଓ ଗୋମୂତ୍ରର ମିଶ୍ରଣ l

ପଞ୍ଚଗ୍ରାସ
ଭୋଜନ ଆରମ୍ଭ ବେଳେ ବ୍ରାହ୍ମଣ ଚଳୁ କରି ପଞ୍ଚ ପ୍ରାଣବାୟୁଙ୍କ ନାମ ଧରି କରୁଥିବା ପାଞ୍ଚଗୁଣ୍ଡା ଅନ୍ନ l ଏଇ ପଞ୍ଚବାୟୁ ହେଉଛି ପ୍ରାଣ, ଅପାନ, ବ୍ୟାନ, ଉଦାନ, ସମାନ ବାୟୁ l

ପଞ୍ଚମକାର
ତନ୍ତ୍ରୋକ୍ତ ବାମ ମାର୍ଗ ଅନୁଯାୟୀ ପୂଜାରେ ବ୍ୟବହୃତ ମଦ୍ୟ, ମାଂସ, ମତ୍ସ୍ୟ, ମୈଥୁନ ଏବଂ ମୁଦ୍ରା l

ପଞ୍ଚଶସ୍ୟ
ଧାନ, ବିରି, ଯବ, ରାଶି, ମୁଗ l

ପଞ୍ଚାନନମେଳା
ଗଞ୍ଜେଇ, ପାଚିଲାକଦଳୀ, ପାନ, ଗୁଆ ଓ ତେଲ ଇତ୍ୟାଦି ଦେଇ ଶିବ ପୂଜା କରିବା ମେଳା ବିଧି l

ପଞ୍ଚାମୃତ
ଦହି, ଦୁଧ, ଘିଅ, ମହୁ ଓ ଗୁଡ ମିଶ୍ରଣ ବିବିଧ ପୂଜା ଉପାସନାରେ ବ୍ୟବହୃତ ହୁଏ l

ପଞ୍ଚାରୀ
ପଶାପାଲି l

ପଞ୍ଚୁଆତି
ଶିଶୁ ଜନ୍ମର ପଞ୍ଚମ ଦିବସରେ କରାଯାଉଥିବା ଉତ୍ସବ l ଏହି ଉତ୍ସବରେ ଭଜା ପଞ୍ଚଶସ୍ୟ ଭୋଗ କରାଯାଏ l

ପଞ୍ଚୁଗ୍ରାସୀ
୧. ବିବାହ ପରେ ବରକନ୍ୟାଙ୍କ ଏକତ୍ର ପାଞ୍ଚଗୁଣ୍ଡା ଭୋଜନ l ୨. ନୂଆ ହୋଇ ବ୍ରତ ହୋଇଥିବା ବ୍ରାହ୍ମଣ ବାଳକର ପ୍ରଥମ ପାଞ୍ଚଗୁଣ୍ଡା ଭୋଜନ l ୩. ଖାଇବା ବେଳେ ବ୍ରାହ୍ମଣଙ୍କର ଚଳୁ ପରେ ପ୍ରଥମ ପାଞ୍ଚଗୁଣ୍ଡା ଭୋଜନ l

ପଞ୍ଚୁଦୋଳ
ଫାଲ୍‌ଗୁନ ପୂର୍ଣ୍ଣିମା ପରଠାରୁ ଚୈତ୍ରର ପ୍ରଥମ ପାଞ୍ଚଦିନ ବିଭିନ୍ନ ସ୍ଥାନରେ ରାଧାକୃଷ୍ଣଙ୍କ ବିଗ୍ରହମାନେଙ୍କର ଭୋଗଖିଆ ଓ ମେଲଣ ପ୍ରଭୃତି l


logo