logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ପାଗଛଡା
ମଲା ମୃତିକିଆରେ ରନ୍ଧାଘରୁ କଢା ଯାଉଥିବା ହାଣ୍ଡି l

ପାଗଡ
୧. ବଡଡଙ୍ଗା, ନାଆ ପ୍ରଭୃତି ଟାଣିବାରେ ବ୍ୟବହୃତ ଶକ୍ତ ଝୋଟଦଉଡି l ୨. ଶକଟା ଖେଳର ଏକ ପ୍ରକାର ଦାନ l

ପାଗୁଆଳିହାଣ୍ଡି
ଉଖୁଡା ଓ ଖଳି ପ୍ରସ୍ତୁତି ପାଇଁ ବ୍ୟବହୃତ ହେଉଥିବା ବଡ ବଡ ମାଟିହାଣ୍ଡି l

ପାଚକପାଣି
ଭାଙ୍ଗ, ପତି, ମରିଚ ଓ ମସଲାବଟା ପାଣି, ଏହାକୁ ପିଇଲେ ନିଶା ଲାଗେ l

ପାଚଣ
ହଳ, ଶଗଡ ଏବଂ ବେଙ୍ଗଳାରେ ଯୋଚା ବଳଦ ବା ମଇଁଷିଙ୍କୁ ଅଡାଇବା ପାଇଁ ବ୍ୟବହୃତ ସରୁ ଓ ଛୋଟବାଡି l

ପାଚନ
ବୈଦ୍ୟମାନେ ବିବିଧ ଔଷଧ ଦ୍ରବ୍ୟକୁ ଏହାର ସତରଗୁଣ ପାଣିରେ ମିଶାଇ ଅଳ୍ପ ନିଆଁରେ ସିଝାନ୍ତି, ଏହାର ତିନିଭାଗ ପାଣି ମରିବା ପରେ ବଳକା ଏକଭାଗ ପାଣିକୁ ପାଚନ କୁହାଯାଏ l ବୈଦ୍ୟଶାସ୍ତ୍ରରେ ପ୍ରାୟ ୩୦୦ ରୁ ଊର୍ଦ୍ଧ୍ୱ ପାଚନର ବ୍ୟବସ୍ଥା ରହିଛି l

ପାଚଲ
ଘାଣ୍ଟ ତରକାରି l

ପାଚିଆ
ବାଉଁଶ ପାତିଆ, ତାଳପତ୍ରାଦିରେ ତିଆରି ଛୋଟ ଡାଲା, ବାଉଁଶିଆ l ଶାଗ, ମାଛ ଇତ୍ୟାଦି ଏଥିରେ ରଖି ପରିଷ୍କାର କରାଯାଏ l

ପାଚିବା
ପଶା ବା କଉଡି ଖେଳରେ ଖେଳାଳି ଉପଯୁକ୍ତ ଦାନ ପକାଇବା ଦ୍ୱାରା ସବୁ ସାର ଶେଷ ମୁଣ୍ଡରେ ପହଞ୍ଚିବା ଅବସ୍ଥା l

ପାଛିଆଦହି
ବାଉଁଶ ବା ତାଳପତ୍ର ପାଚିଆରେ ପିଠଉ ବୋଳି ଏହାର କଣାତକ ବନ୍ଦ କରି ଏଥିରେ ବସା ଯାଉଥିବା ଦହି କରି ଏଥିରେ ବସା ଯାଉଥିବା ଦହି l କ୍ଷୀରର ଜଳୀୟ ଅଂଶ ପାଚିଆ ରନ୍ଧ୍ରଦେଇ ବାହାରିଗଲା ପରେ, ଦହି ଅତି ଗାଢ ହୁଏ l


logo