logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ପହଣ୍ଡମଣା
ରାଜା, ସାମନ୍ତ ବା ଦିଅଁଙ୍କ ବିଜେ ସମୟରେ ସେବକର ଆଗେ ଆଗେ ଯାଇ ବାଟ କଢାଇବା l

ପହଣ୍ଡି
୧. ଧୀରେ ଧୀରେ ଚାଲିବା l ୨. ରଥଯାତ୍ରା ସମୟରେ ମୂର୍ତ୍ତି ଶ୍ରୀମନ୍ଦିରରୁ ରଥକୁ ଓ ରଥରୁ ଶ୍ରୀମନ୍ଦିରକୁ ବିଜେ ହେବାର ନେତ୍ର ଶୋଭାକର ଉତ୍ସବ l ଏଇ ତିନି ଦିଅଁଙ୍କର ପହଣ୍ଡି ଦୁଇ ପ୍ରକାରର l ଯଥା ଗୋଟିପହଣ୍ଡି ଓ ଧାଡିପହଣ୍ଡି l ଗୋଟିପହଣ୍ଡିରେ ପ୍ରଥମେ ବଡଠାକୁର ବଳଭଦ୍ର, ସୁଭଦ୍ରା ଓ ଶେଷରେ ଜଗନ୍ନାଥଙ୍କୁ ଅଲଗା କରି ରଥ ଉପରକୁ ନିଆଯାଏ l ଧାଡିପହଣ୍ଡିରେ ତିନିଦିଅଁକୁ ଆଗପଛ କରି ଦେଉଳରୁ ରଥ ଉପରକୁ ଘଣ୍ଟା, ଘଣ୍ଟ, ମର୍ଦ୍ଦଳ, କାହାଳୀ ଭଳି ବାଦ୍ୟନାଦ ଏବଂ ଭକ୍ତମାନଙ୍କ ଉଚ୍ଛ୍ୱସିତ ହରିବୋଲ ଓ ହୁଳହୁଳି ଧ୍ୱନି ସହିତ ବିଜେ କରାଯାଏ l

ପହନ୍ଦ
ଡଙ୍ଗାର ଧନୁଭଳି ହୋଇଥିବା ଅବସ୍ଥାର ଧାର ବା ଫନ୍ଦ l

ପହର
ଦିନ ବା ରାତିର ଚାରିଭାଗରୁ ଏକଭାଗ ସମୟ l ପ୍ରତ୍ୟେକ ପହର ଚାରିଘଡି, ବର୍ତ୍ତମାନର ତିନିଘଣ୍ଟା ସମୟ ବିଶିଷ୍ଟ l

ପହରା
ଜଗାରଖା, ଜଗିବା l

ପହଲ
୧. କାଠଖଣ୍ଡର ଧାରକୁ ରନ୍ଦାଦ୍ୱାରା ଗଡାଣିଆ କରିବା କାମ l ୨. ମୂଲ୍ୟବାନ ମଣିର କଟା ହୋଇଥିବା ପାଖ l

ପହଳି
ଢଗ, ପ୍ରବାଦ, ପ୍ରହେଳିକା, ନାଁଦିଆ, କୌଣସି ବ୍ୟକ୍ତି, ବସ୍ତୁ ଆଦିର ଅସଙ୍ଗତି ପ୍ରତି ବ୍ୟଙ୍ଗାତ୍ମକ ପଦ୍ୟ l

ପହି
ଶଗଡ ଚକର ପରିଧିରେ ଘେରିଥିବା ଲୁହା ବଳୟ, ହାଲ l

ପହିଲିଧୂପ
ଦେବତାଙ୍କ ନିକଟରେ ସର୍ବପ୍ରଥମେ ଦିଆଯିବା ଧୂପ, ଦୀପ ଓ ଭୋଗ ଇତ୍ୟାଦି l

ପହିଲିପାଳି
ବାଳୁତ କାଳରୁ ବିବାହିତା କନ୍ୟା ରଜସ୍ୱଳା ହେବା ପରେ ପ୍ରଥମେ ଶାଶୁଘରକୁ ଭାରଥୋର ନେଇ ଯିବା l


logo