logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ପଳ
ଚାରିତୋଳା ପରିମାଣର l ଯଥା- ୧ସେର=୨୦ପଳ, ୧ବିଶା=୨୫ପଳ l

ପଳଖ
କାଠର ଛାଲିତଳେ ଥିବା ଅସାର ଅଂଶ, ଅଂଶା ନ ଥିବା ଅସାରକାଠ l

ପଳଛି
ନୁଆଁଣିଆ କୁଡିଆ l

ପଳତା
ପସାରୁଣି ପତ୍ର ବଟାରେ ପ୍ରସ୍ତୁତ ତରକାରି l

ପଲନ୍ତି
କୋଠା ଘରର କାନ୍ଥ ଓ ଛାତରେ ବସିଥିବା ଶିଉଳି l

ପଳବ
ପୋଳୁହ l ବାଉଁଶ କାଠିରେ ତିଆରି ଗୋଲାକାର ମାଛମରା ଯନ୍ତ୍ର l

ପଲମ
ବଡ ମାଟିସରା, ତେଲୁଣୀ, ମାଟି ହାଣ୍ଡିର ଢଙ୍କା, ଢାଙ୍କୁଣି l

ପଳା
ତେଲ, ଘିଅ ଇତ୍ୟାଦି କାଢିବା ଓ ଅଜାଡିବା ନିମିତ୍ତ ଗୋଲାକାର ବେଣ୍ଟଲଗା ଆଧାର l ପୂର୍ବରୁ ଏହା କାଠ ବା ବାଉଁଶରେ ପ୍ରସ୍ତୁତ ହେଉଥିଲା, ବର୍ତ୍ତମାନ ଧାତୁରେ ଏଗୁଡିକ ତିଆରି ହୋଇଛି l

ପଲା
୧. ପତ୍ର କୁଡିଆ, ଛୋଟ ନୁଆଁଣିଆ ଚାଳଘର l ୨. ତରାଜୁର ଦୁଇପାଖରେ ଓହଳିଥିବା ପାତ୍ର l

ପଲାଣ
ଥୋରିଆ ବଳଦଙ୍କ ପିଠିରେ ପଡୁଥିବା ଅଖାର ଆସ୍ତରଣ l ହାତୀ ଉପରେ ମଧ୍ୟ ବୋଝ ବୋହିବା ପାଇଁ ପଲାଣ ପଡିଥାଏ l


logo