logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ପରକଲମ
ପକ୍ଷୀର ମୂଳ ଅଂଶ ମୁନିଆ ହୋଇ କଟା ଯାଇ ପ୍ରସ୍ତୁତ ହେଉଥିବା ପୁରୁଣା କାଳିଆ କଲମ, ଏହାକୁ ସ୍ୟାହିରେ ବୁଡାଇ ଲେଖାଯାଉଥିଲା l

ପରଚୂଳା
କୃତ୍ରିମ କେଶ l ଯାତ୍ରା ଅଭିନୟ କାଳରେ ଅଭିନେତା ପରିଧାନ କରୁଥିବା କୃତ୍ରିମ କେଶଗୁଚ୍ଛ l

ପରଚ୍ଛିତି
ଛପର ହୋଇଥିବା ମାଟି ପାଚିରି l

ପରଞ୍ଜ
ଘରକାମ ବେଳେ ଜିନିଷ ପତ୍ର ଉପରକୁ ଉଠାଇ କାମ କରିବାକୁ ତିଆରି ହୋଇଥିବା ଭାଡି, ଭାରା l

ପରଞ୍ଜା
ଚାଳଘରର ରୁଅ l

ପରତଳା
ତରବାରୀ ଝୁଲାଇବା ନିମିତ୍ତ ବ୍ୟବହୃତ ଚମଡାର ପଟି l

ପରନ୍ଦ
ଡଙ୍ଗାର ଦୁଇପାଖ ଫନ୍ଦରେ ଥିବା ଦୁଗୁଣା, କିମ୍ବା ଗୋଟିଏ ମଙ୍ଗରୁ ଅନ୍ୟ ମଙ୍ଗ ପର୍ଯ୍ୟନ୍ତ ଲାଗିଥିବା ଦୁଇ ମୋଟା ଓ ଲମ୍ବା ପଟାକୁ ଭିଡି ରଖିବା ନିମିତ୍ତ ବ୍ୟବହୃତ ଆଡିପଟା l

ପରଳ
ଆଖିର ରୋଗ l

ପରଳା
ଚାଳଘରର ରୁଅ ଉପରେ କାମଡା ଭିଡି ବତା ବିଛାଇବା l

ପରଲି
ବାଉଁଶ ପାତିଆରେ ତିଆରି ଡାଲା l


logo