logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ପତକା
ବିଜୟ ବାନା l

ପତରପୋଡା
ଶାଗ, ଚୂନାମାଛ, ଛତୁ ଇତ୍ୟାଦିରେ ଲୁଣ, ବେସର ଇତ୍ୟାଦି ଦେଇ ପତ୍ରରେ ପୁଡା କରି ନିଆଁରେ ପୋଡି ପ୍ରସ୍ତୁତ କରାଯାଉଥିବା ଖାଦ୍ୟ l

ପତରଶଉରା
୧. ଜଙ୍ଗଲୀ ଆଦିବାସୀ ଜାତି l ୨. ଆଦିବାସୀଙ୍କର ଏକ ପ୍ରକାରର ନୃତ୍ୟ ଗୀତ l

ପତରସିଆଁ
ଶାଳ ପତ୍ରକୁ ଯୋଡି କାଠି ଦ୍ୱାରା ସିଲାଇ କରି ଖଲି ପ୍ରସ୍ତୁତି l

ପତୁରି
ଧାନଗଛର ଉର୍ବର ଅବସ୍ଥାରୁ ପତ୍ର ଗୁଡିକ ଖୁବ୍ ବଢିବା ଏବଂ ଏଥିରେ ଫଳ କମ୍ ହେବା ଅବସ୍ଥା l

ପତୁରିଖଇର
ତାଳପତ୍ର ଗୁଡା ହୋଇଥିବା ଖଇର l କିଆଫୁଲ ଓ କେତକୀଫୁଲ ପାଖୁଡାରେ ଖଇରକୁ ଗୁଣ୍ଡ କରି ଏଥିରେ ପାନମଧୁରୀ, ଗନ୍ଧଶୁଣ୍ଠି ଇତ୍ୟାଦିର ଗୁଣ୍ଡ ମିଶାଇ କାଦୁଆ କାଦୁଆ ହୋଇ ବନ୍ଧା ଯାଇ ପ୍ରସ୍ତୁତ ହେଉଥିବା ଖଇର l

ପତୁଲି
୧. ମୁହଁ ବଡ ଥିବା ଚେପ୍‌ଟା ଛୋଟହାଣ୍ଡି l ୨. ବେଙ୍ଗଳା ଧାନକୁ କୁଲାରେ ଉଡାଇବା ସମୟରେ ତଳେ ଗଦା ହେଉଥିବା ଧାନ l

ପଥି
ରୋଗୀ ଯୋଗ୍ୟ ଖାଦ୍ୟ l

ପଦ
ଗୁଣି ଗାରୁଡି ମନ୍ତ୍ର l

ପଦିକା
୧. ଚାରିପଣ ବା ଚାରିଅଣା l ୨. ପୁରୁଣା ଜମିମାପର ପରିମାଣ l ଆଞ୍ଚଳିକ ବିଭିନ୍ନତା ଦୃଷ୍ଟିରୁ ୨୪ଦସ୍ତି, ୨୦ଦସ୍ତି, ୧୬ଦସ୍ତି ଏବଂ ୧୪ଦସ୍ତିରେ ପଦିକା କରାଯାଉଥିଲା l


logo