logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଧର୍ମମାଣ୍ଡୁ
ହଲପ ଦ୍ୱାରା ବିଚାର ପଦ୍ଧତି ଓ ସିଦ୍ଧାନ୍ତ l ଏଥିରେ ସାକ୍ଷ୍ୟ ପ୍ରମାଣ ଗ୍ରହଣ କରା ନ ଯାଇ, ଧର୍ମକୁ ସାକ୍ଷୀ ରଖି ଅଭିଯୁକ୍ତର ବିଚାର କରି ଓ ଦୋଷାଦୋଷ ନିରୂପଣ କରାଯାଏ l

ଧର୍ମଶାଳା
ଅତିଥିଶାଳା, ପାନ୍ଥଶାଳା l

ଧାଈ
୧. ଅନ୍ୟର ଶିଶୁକୁ ସ୍ତନ୍ୟ ଦେଇ ଲାଳନପାଳନ କରୁଥିବା ନାରୀ l ୨. ପ୍ରସବ ସମୟରେ ପ୍ରସୂତିର ସୁଶ୍ରୂଷା କରୁଥିବା ନାରୀ l

ଧାଈମାଆ
ଶିଶୁର ଉପମାତା, ଚାକରାଣୀ, ପରିଚାରିକା l

ଧାଉଡିଆ ପାଇକ
ଧାଁ ଦଉଡ କରି ଜରୁରୀ ଖବର ନେବା ଆଣିବା ପାଇଁ ନିଯୁକ୍ତ ପାଇକ ବା ପଦାତିକ l

ଧାଉଡିଆଘର
ଦୁଇ ପାଖରେ ଧାଡି ଧାଡି ହୋଇ ରହିଥିବା ଘର l

ଧାଙ୍ଗଡ୍
୧. ଭେଣ୍ଡା, ଅବିବାହିତ ଯୁବକ l ୨. ଆଦିବାସୀ ସଂପ୍ରଦାୟର ଏକ ନାଚ l ୩. ଗାଈଜଗା ଟୋକା, ଗାଈଆଳ ଟୋକା l ୪. ମାଟିଆ କେଳା l

ଧାଙ୍ଗଡା
କନ୍ଧ, କୋହ୍ଲ, ସାନ୍ତାଳ ଇତ୍ୟାଦି ଜାତିର ଅବିବାହିତ ଯୁବକ l

ଧାଙ୍ଗଡୀ
ଅବିବାହିତା ଯୁବତୀ, ଟୋକୀ, ଅଭିଆଡୀ ଟୋକୀ l

ଧାଙ୍ଗଡୀବାସା
ଅବିବାହିତା ଆଦିବାସୀ ଯୁବତୀମାନେ ଏକାଠି ରହୁଥିବା ଗାଁର କୋଠଘର l


logo