logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଢେଁଚା
ସାନ ତେଣ୍ତା l ଅଧିକ ଗହୀରରୁ ପାଣି ବଡ ତେଣ୍ତାରେ ଉଠାଇ ଖାଲରେ ଜମା କରାଯାଏ ଓ ଢେଁଚା ଦ୍ୱାରା ଏଇ ଖାଲରୁ ପାଣି ପୁଣି ଉପରକୁ ଉଠାଯାଏ l

ଢେଗା
ପାତି ଖେଳରେ ଛୋଟ କଉଡିଗୁଡିକୁ ଲକ୍ଷ୍ୟ କରି ମରାଯାଉଥିବା ବଡ କଉଡି l

ଢେଙ୍କା
ନାଗାର୍ଜ୍ଜୁନ କାଠରେ ତିଆରି ଘଣାର ମୂଷଳକୁ ବୁଲାଇବା ନିମିତ୍ତ ବ୍ୟବହୃତ ବଡ କାଠଖଣ୍ତ l

ଢେଙ୍କିଆ
୧. ଢିଙ୍କିଆ l ୨. ଚାହାଳିରେ ଅବଧାନମାନେ ଚାଟକୁ ଦେଉଥିବା ଏକ ପ୍ରକାର ଦଣ୍ତ l ଏଇ ଦଣ୍ତରେ ଡାହାଣ ଆଣ୍ଠୁକୁ ଭୂଇଁରେ ମାଡି, ବାଆଁ ତଳି ପାରେ ଭରା ଦେଇ ବସି, ବାଆଁଗୋଡ ଜଙ୍ଘ ସନ୍ଧିରେ ବାଁ ହାତ ପୂରାଇ ନିଜ ନାକ ଓ ବାଳକୁ ଧରିବାର କଠିନ ଦଣ୍ତ, ନାକବାଳଧରା ଦଣ୍ତ l

ଢେଣୁ
୧. ପୁରୀର ସାଇଜାତରେ ବାହାରୁଥିବା ନାଗାମାନଙ୍କ ପିଠିରେ ବନ୍ଧା ଯାଇଥିବା ଧନୁ l ଏଥିରେ ଫୁଲ ଓ ଚଢେଇ ପର ଲାଗିଥାଏ l ୨. ଘୁମୁସର ଅଞ୍ଚଳରେ ଗ୍ରାମ୍ୟଦେବୀଙ୍କ ନିକଟରେ ବାଜୁଥିବା ଏକ ପ୍ରକାର ବାଦ୍ୟ l

ଢେଣ୍ଟ୍
କୁରାଢିବେଣ୍ଟ l

ଢେମଣ
ଉପପତି, ଚରିତ୍ରହୀନ, ଲମ୍ପଟ l

ଢେମେଣୀ
ରକ୍ଷିତା, କୁଳଟା, ବେଶ୍ୟା l

ଢେରା
ଠେଲିକି ରଖିବା l

ଢୋଲ
୧. ବଡକାଠ l ଦୁଇ ମୁହଁ ଚମଡା ଛାଉଣି ହୋଇଥିବା କାଠ ତିଆରି ବାଦ୍ୟ l କାଠିରେ ଚମଡାକୁ ଆଘାତ କଲେ ଏଇ ବାଦ୍ୟ ବାଜେ l ବିବିଧ ମାଙ୍ଗଳିକ କାର୍ଯ୍ୟରେ ଏହା ସହିତ ମହୁରୀ ବଜାଯାଏ l ୨. ଏକ ପ୍ରକାର ଛୋଟଡଙ୍ଗା l ୩. ଫମ୍ପା ଲୁହା ପିମ୍ପା ଉପରେ ରହିଥିବା ଭସା ପୋଲ l


logo