logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଡାବଖଣ୍ଡା
ଦୁଇପାଖରେ ଧାରଥିବା ଖଣ୍ଡା l

ଡାବଲପୁଆ
ଗୁଚିତାଣ୍ଡୁ, ପୁଆ, ବାଡ଼ି, ଗୁଲିଡାଙ୍ଗ ଖେଳ l ମାଟି ଉପରେ ଲମ୍ବାଳିଆ ଗାତ ଉପରେ ପୁଆକୁ ରଖି, ଡାବର ବା ଦଣ୍ଡା ବାଡ଼ି ଦ୍ଵାରା ଏହାକୁ ଖେଞ୍ଚିଲେ ପୁଆଟି ଦୂରରେ ପଡ଼େ l ଜଗିଥିବା ପିଲା ଏହାକୁ ସେଠାରୁ ଗାତ ପାଖକୁ ଫିଙ୍ଗେ l ପୁଆ ବାଡ଼ାଇ ଥିବା ପିଲାଟି ଡାବରରେ ପୁଆକୁ ଆଘାତ କରେ l

ଡାମରା
କିଳା, ମେଖ l କାଠ ବିଡ଼ାରେ ଏପରି ଖିଲ ବ୍ୟବହାର ହୁଏ l ଝାଡୁମୁଠା ପଛ ପାଖରେ ଡାମରା ମରା ଯାଇଥାଏ l କାଉ ଅର୍ଥରେ l

ଡାମ୍ଫଣ
ଦାମ୍ଫଣ l ଫୋଡ଼ଣି, ଲୁହାର ମୋଟା ଛୁଞ୍ଚି, ଅଖା, ପାଲ ଇତ୍ୟାଦି ସିଲେଇ ପାଇଁ ଏ ପ୍ରକାର ଛୁଞ୍ଚି ବ୍ୟବହୃତ ହୁଏ l

ଡାମ୍ଫଣିଆ
ଧାନ ଜମିରେ ଉଠିଥିବା ଏକ ପ୍ରକାର ଲମ୍ବା ମୁନିଆଁ ଘାସ l ରଗଡ଼ା ଘାସ l

ଡାଲପୁରି
ଡାଲିବୁଟକୁ ସଝାଇ ପୁର ଦିଆଯାଇଥିବା ପୁରି l

ଡାଲଖାଇ
ପାରମ୍ପରିକ ଲୋକଗୀତ ଓ ନୃତ୍ୟ l ଏଥିରେ ସମୂହବାଦ୍ୟ ସହିତ ଯୁବତୀମାନେ ନୃତ୍ୟ କରନ୍ତି l

ଡାଲମା. ଡାଲଣା.
ମୁଗ, ବୁଟ, ହଅରଡ଼, ଇତ୍ୟାଦି ଡାଲି ସଙ୍ଗେ ବିବିଧ ପରିବା ପକାଇ କରାଯିବା ତରକାରି l

ଡାଳମାକୁଡ଼ି. ଡାଳମାଙ୍କୁଡ଼ି
୧. ଗୋଟିଏ ଡାଳରୁ ଅନ୍ୟ ଡାଳକୁ ମାଙ୍କଡ଼ଙ୍କ ପରି ଡିଆଁ ଡେଇଁ କରି କରାଯିବା ଏକ ପ୍ରକାର ଖେଳ l ସାଧାରଣତଃ ଗଛଚଢା ଜାଣିଥିବା ବାଳକମାନେ ଏଇ ଖେଳ ଖେଳନ୍ତି l ୨. ପିଲାମାନେ ଗଛର ଛୋଟ ଡାଳ ଦେହରେ ବାନ୍ଧି ନାଚିବା ଖେଳ l

ଡାଲା
୧. ବଡ଼ ଚାଙ୍ଗୁଡ଼ି, ଏଥିରେ ସାଧାରଣତଃ ଭୋଗ ସାମଗ୍ରୀ ଇତ୍ୟାଦି ରଖାଯାଏ l ଏହା ବାଉଁଶ ପାତିଆରେ ତିଆରି l ୨. ସିଧା, ସଞ୍ଚା, ଡାଲି, ଚାଉଳ ପ୍ରଭୃତି ରନ୍ଧା ସାମଗ୍ରୀ ଡାଲାରେ ରଖି ଭେଟି ଦେବା l


logo