logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଡାକେବାଟ
ଏକ କୁହାଟର ବାଟ l ଜଣକର ଉଚ୍ଚଡାକ ଶୁଣାଯାଉଥିବା ଭଳି ବ୍ୟବଧାନ ସୂଚକ ବାଟ l

ଡାଗର
୧. ଡାବଲ ପୁଆ ଖେଳରେ ପୁଆକୁ ପିଟିବାକୁ ବ୍ୟବହୃତ ବାଡ଼ି l ୨. ବୟସ୍କ ପିଲା l

ଡାଗରା
ବଡ଼ ଉକୁଣୀ l

ଡାଗର ପୁଆ
ଡାବଲ ପୁଆ, ଗୁଚିତାଣ୍ଡୁ l ଏହାର ବଡ଼ ବାଡ଼ିଟି ଡାଗର ଓ ଛୋଟ ବାଡ଼ିଟି ପୁଆ l ଏହା ଏକ ଶିଶୁ ଖେଳ, ଏହି ଖେଳରେ ମାଟିରେ ଗୋଟିଏ ଲମ୍ବା ଗାତ କରି ଏଥିରେ ପୁଆକୁ ଥୋ‌ଇ, ଡାଗର ଦ୍ଵାରା ଛାଟି ଦିଆଯାଏ l

ଡାଙ୍ଗ
୧. କାଠି l ୨. ବାଡ଼ି, ବେତ ବାଡ଼ି l ୩. ସରୁଆ ପତ୍ର ନଥିବା ଛୋଟ ଡାଳ l ୪. ଢୋଲ, ନାଗରା ଇତ୍ୟାଦି ବାଦ୍ୟ ବଜାଯାଉଥିବା ବାଡ଼ି l

ଡାଙ୍ଗିଆ
୧. ଡାଙ୍ଗ l ୨. ଡଙ୍ଗା ଓଟାରିବା ଦ‌ଉଡ଼ାରେ ବନ୍ଧାଥିବା ଛୋଟ ବାଡ଼ି l ୩. ଗୋବରା ଚଢେଇକୁ ବସାଇବା ପାଇଁ ବ୍ୟବହୃତ ଛୋଟବାଡ଼ି l ୪. ତନ୍ତରେ ଲାଗିଥିବା ଛୋଟକାଠ l ୫. ଖଣ୍ଡା ବା କଟୁରିରେ ବଳି ପଶୁକୁ ହାଣୁଥିବା ବ୍ୟକ୍ତି l ୬. ଚାଳଘରର ରୁଅରେ କାମଡ଼ା ଭିଡ଼ାବେଳେ, କଟକଟି ଦ‌ଉଡ଼ିକୁ ମୋଡ଼ିବା ପାଇଁ ବ୍ୟବହାର କରାଯାଉଥିବା ବାଉଁଶ ବା କାଠର ଶକ୍ତ ଅଥଚ ଛୋଟ ବାଡ଼ି l ୭. ଲଟା ମାଡ଼ିବା ପାଇଁ ହେଉଥିବା ଭାଡ଼ି ଉପରେ ଆଡ଼ବାଗରେ ପଡୁଥିବା ଛୋଟଡାଳ ବା ବାଉଁଶ ଅଗିରା ଇତ୍ୟାଦି l

ଡାଙ୍ଗୁଆ
୧. ସ୍ତ୍ରୀ ମରିଯାଇଥିବା ଲୋକ l ୨. ଠାକୁରାଣୀଙ୍କର ଶୂଦ୍ର ଜାତୀୟ ସେବକ l

ଡାଫରା
ଜାହାଜ ସହିତ ଜାହାଜର ଧକ୍କାକୁ ହ୍ରାସ କରିବା ପାଇଁ ଜାହାଜ ବାଡ଼ରେ ଓହଳା ଯାଇଥିବା କତା ଦ‌ଉଡ଼ାର ମୁଚୁଳା l

ଡାବ୍‌
ଖଞ୍ଜଣି ଆକୃତି ଗୋଲିଆ ଚମଡ଼ା ଛାଉଣି ବାଦ୍ୟ, ଏହାକୁ ଗୋଟାଏ ହାତରେ ଧରି, ଅନ୍ୟ ହାତରେ ଆଙ୍ଗୁଠି ଦ୍ଵାରା ବଜାଯାଏ l

ଡାବ
୧. ତାଲିକା l ୨. ଏକ ପ୍ରକାର ଯାଉ l ୩. ଡାବର ପୁଆର ବାଡ଼ି l ୪. ପ‌ଇଡ଼ l


logo