logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଡାଆଣା
ଖାଇବା ପାଇଁ ବିକଳିଆ l ପେଟ ବିକଳିଆ l ଅନ୍ୟର ଖାଦ୍ୟ ଉପରେ ଲୋଲୁପ ଦୃଷ୍ଟି ରଖୁଥିବା ବ୍ୟକ୍ତି l

ଡାଆଣିଆଁ
ଆଖି ଦୃଷ୍ଟିଆ l ବହୁଲୋକଙ୍କ ଲୋଭିଲା ଦୃଷ୍ଟି ପଡ଼ିଥିବା l

ଡାଆଣୀ
ଡାହାଣୀ, ଡାକିନୀ, ଅପଦେବତା l ଜୀଅନ୍ତା ଅବସ୍ଥାରେ କ‌ଅଁଳା ଛୁଆଙ୍କ ଉପରେ ଦୃଷ୍ଟି ପକାଉଥିବା ଲୋକଙ୍କୁ କଞ୍ଚା ଡାଆଣୀ କୁହାଯାଏ l

ଡାକ
୧. ପିଶାଚ l ୨. ଗର୍ଜନ ଶବ୍ଦ, ଉଚ୍ଚ ସ୍ଵରରେ ମନ୍ତ୍ର ଉଚ୍ଚାରଣ l ୩. ଡାକଋଷି, ପ୍ରାଚୀନ ଋଷିଙ୍କ ପ୍ରବଚନ, ଡାକ ବଚନ l ୪. ମୂର୍ତ୍ତି ଉପରେ ସାଜସଜା କାମ, ରଙ୍ଗତା, ପନୀ କାମ l ୫. ପ୍ରବାଦ l ୬. ନିଲାମ ଡାକ l

ଡାକନାମ
ଶ୍ରଦ୍ଧା ବା ଗେହ୍ଲାନାମ l

ଡାକପାଣି
୧. କାଟପାଣି, ମନ୍ତୁରାପାଣି, ଏଇ ପାଣି ଦ୍ଵାରା ବଶୀକରଣ କରାଯାଏ, ପ୍ରବାସୀ ଲୋକ ଉଦ୍‌ବିଗ୍ନ ହୋ‌ଇ ଘରକୁ ଫେରି ଆସେ l ୨. ଗର୍ଭଣା ସଂକ୍ରାନ୍ତି ଦିନ ବିଲରୁ ପାଣି ନେଇ ମଥାରେ ଛିଞ୍ଚି ହେବାକୁ ହୁଏ, ଏହା କଲେ ସୁସ୍ଥତା ଆସେ ବୋଲି ଧାରଣା ଅଛି l

ଡାକବଚନ
ପୁରୁଣା କାଳରୁ କୃଷି, ବର୍ଷା, ପାଗ ଇତ୍ୟାଦି ସଂପର୍କରେ ଥିବା ପ୍ରଚଳିତ ପ୍ରବଚନ l ଏହାର ରଚୟିତା ଥିଲେ ଡାକଋଷି l ଏଗୁଡିକ ତାଙ୍କର ଅନୁଭୂତିସିଦ୍ଧ ବଚନ l

ଡାକରା
୧. ବନ୍ଧୁ ନିମନ୍ତ୍ରଣ, ଜ୍ଵାଇଁ ନିମନ୍ତ୍ରଣ l ୨. ବିବାହ ସ୍ଥିର ହୋ‌ଇଥିବା ଝିଅକୁ ଖାଇବା ନିମିତ୍ତ ଆମନ୍ତ୍ରଣ, କନ୍ୟା ଡାକରା l

ଡାକସାଜ
ରଙ୍ଗତା, ମୂର୍ତ୍ତି ଆଦିର ସାଜସଜାରେ ବ୍ୟବହୃତ ଚକଚକିଆ ପାତିଆ l

ଡାଙ୍କୁଣୀ
ଡାଆଣୀ, ଡାହାଣୀ l


logo