logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଡବି
ଧାତୁ ତିଆରି କରାଟ, ଫରୁଆ l ଏହା ବିଶେଷତଃ ଗୋଲାକାର l ତଳ ଆଧାର ଉପରେ ଉପର ଘୋଡ଼ଣିଟି ଚାପି ଦିଆଯାଏ l

ଡଭାବାଉଁଶ
ମୋଟା ଓ ପୋଲା ବାଉଁଶ l

ଡମଣୀ
ଦ୍ଵାରବନ୍ଧରେ କବାଟକୁ ଝୁଲାଇବା ନିମିତ୍ତ ଚ‌ଉକାଠରେ ଲାଗିଥିବା କିଳା ଥିବା ଲୁହା ବା ପିତଳ ଦଣ୍ଡ l

ଡମରୁ
ଡମ୍ବରୁ l ଏକ ପ୍ରକାର ବାଦ୍ୟଯନ୍ତ୍ର l ଏହାର ମଧ୍ୟଭାଗ ସରୁ ଓ ଦୁଇପାଖ ଓସାରିଆ l ଏହି ଓସାରିଆ ପାଖ ଉପରେ ଚମଡା ଛାଉଣି କରାଯାଇଥାଏ l ମଝିରେ ଗୋଟାଏ ସରୁ ଡୋରରେ ଛୋଟ ଗୋଡ଼ି ବା ମାଳି ବନ୍ଧା ଯାଇଥାଏ l ଏହାର ମଝିକୁ ଧରି ସଂଚାଳନ କଲେ, ଲାଗିଥିବା ଡୋର ଆଗରେ ଥିବା ଗୋଡ଼ି ଦୁଇପାଖ ଚମଡ଼ା ଛାଉଣି ଉପରେ ଆଘାତ ପାଇ ଡମଡମ ଶବ୍ଦ କରେ l

ଡମ୍ବରୁ
୧. ଡମରୁ l ୨. କାନରେ ପିନ୍ଧା ଯାଉଥିବା ଏକ ପ୍ରକାର ସୁନା ଅଳଙ୍କାର l

ଡମ୍ବେଲ୍‌
ଡମରୁ ଆକୃତି ଲୁହା ମୁଦ୍‌ଗର, ଏହାକୁ ହାତରେ ଧରି ଉଠାପକା କଲେ ମାଂସପେଶୀ ଶକ୍ତ ହୁଏ l

ଡଳକ
୧. ଛିଟିକିଣି, କବାଟ ବନ୍ଦ କରିବା ପାଇଁ ଏହା ବ୍ୟବହୃତ ହୁଏ l ୨. ଟୋକେଇ l

ଡଲା
ଡାଲା, ବାଉଁଶ ପାତିଆ ବା ବେତ ତିଆରି ଚାଙ୍ଗଡ଼ା l

ଡହନିଆଁ
୧. ରଡ଼ନିଆଁ l ୨. କୋଠିଆ ବା ମୂଲିଆକୁ ଦିଆଯିବା ଜମି, ହେତା l ଏମାନେ ଚାଷ କରି ଏଥିରୁ ଫସଲ ଖାଆନ୍ତି ଓ ମାଲିକଙ୍କୁ କିଛି ଅଂଶ ପ୍ରଦାନ କରନ୍ତି l

ଡାଆଁଶ
ବଡ଼ ମାଛି, ଅପରିଷ୍କାର ସ୍ଥାନ ଏମାନଙ୍କର ଜନ୍ମ ଓ ବଢିବା ସ୍ଥଳ l


logo