logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଡଙ୍କ
ତମ୍ବା, ପିତଳ, ଲୁହା ଅଥବା ଷଢେଇ ତିଆରି ଛୋଟ କରଚୁଲି l

ଡଙ୍ଗା
୧. ଛୋଟ ନାଆ, ନୌକା l ୨. ନୌକା ଭଳି ଜଳାଧାର, ଏହା କାଠରେ ତିଆରି ହୋ‌ଇଥାଏ l

ଡଙ୍ଗାପାଣିଦିଆ
ଡଙ୍ଗା ତିଆରି ଶେଷରେ ଏହାର ଆଗ ମଙ୍ଗର ବେକ ପାଖରେ ଚିତ୍ରିତ ପଟାଖଣ୍ଡ ଲଗାଯାଇ, ଏହା ଉପରେ ପ୍ରଥମେ ପାଣି ଢାଳି ଶୋଧନ କରିବା ରୂପକ ମଙ୍ଗଳ କର୍ମ l

ଡଙ୍ଗି
ଛୋଟ ଡଙ୍ଗା l

ଡଙ୍ଗିକିଆରି
ଅଣଓସାରିଆ, ଲମ୍ବାଳିଆ ଜମି l

ଡହରା/ଡଂଫା
ଫୁଟାଣି ମାରୁଥିବା ଲୋକ l

ଡଙ୍ଗୁରନାଚ
କୋହ୍ଲ ଓ ଭୂୟାଁ ମାନଙ୍କ ମଧ୍ୟରେ ପ୍ରଚଳିତ ଏକ ପ୍ରକାର ନାଚ l ବିବିଧ ଉତ୍ସବରେ ଏହା ନାରୀ ପୁରୁଷଙ୍କ ଦ୍ଵାରା କରାଯାଏ l

ଡଣ୍ଡି
୧. ଦଣ୍ଡି, ନାକର ଅଳଂକାର, ଏହା ପିତଳ, ସୁନା, ରୁପାରେ ତିଆରି ହୋ‌ଇଥାଏ l ୨. ନିକିତି, ତରାଜୁ l

ଡବାମାଲି
ବେକରେ ପିନ୍ଧାଯିବା ମାଳି ବା କଣ୍ଠି l

ଡବଡବ
କଥା ନପଚାରୁଣୁ ଆଗତୁରା କହିବା l


logo