logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଟିପ
ଅଙ୍ଗୁଳିର ପ୍ରଥମାଂଶ, ନଖର ତଳପଟ l

ଟୁପ୍‌ଲି
ଛୋଟ ଟୋକେଇ l ବାଉଁଶ ପାତିଆ ବା କୋରଟରେ ଏଗୁଡିକ ତିଆରି ହୋ‌ଇଥାଏ l

ଟୁପା
୧. ବଡ଼ ଟୋକେଇ l ୨. ବାଉଁଶିଆ, ବାଉଁଶ ତିଆରି ପାଚିଆ l

ଟୁପୁଟୁପୁ
ଅଳ୍ପବର୍ଷା, ଫୁସ୍‌ଫୁସ୍‌ କଥା l

ଟୁବ
୧. ଛୋଟ ପୋଖରୀ l ୨. ସାନ ଗହୀରିଆ ଖାଲ l ୩. ଚୁଆ, ପାଣି ଝରିବା ନିମିତ୍ତ ଖୋଳା ଯାଇଥିବା ଖାଲ l

ଟୁବୁରେଇବା
ଟୁମୁକିବା, ପୂଜ ହୋ‌ଇ ବ୍ରଣ ବା ବଥ ଫାଟି ଉଠିବା l

ଟୁର୍‌ରା
ମଲ, ନାରୀମାନେ ଗୋଡ଼ରେ ପିନ୍ଧୁଥିବା ରୁପା ତିଆରି ବଳୟାକାର ଅଳଂକାର l

ଟୁରା
୧. ଛେଉଣ୍ଡ ପିଲା l ବାପା, ମାଆ ଜୀବିତ ନ ଥିବା ପିଲା l ୨. ଯୁବକ l

ଟୁଲା
୧. କଣା l ୨. ପଡ଼ା ଗାଁ, ଛୋଟ ଗାଁ l ୩. ଗାଁର ସାହି, ମହଲା, ବସ୍ତି l

ଟେକା
ଟାଣୁଆ ମାଟିଖଣ୍ଡ, ଟେଳା l


logo