logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଛାମୁଦୁଆର
ସଦର ଦରଜା l

ଛାମୁମନା
ରାଜାଙ୍କ ନିକଟକୁ ଯିବା ପାଇଁ ନିଷେଧାଜ୍ଞା l

ଛାମୁରେ
ଦେବତା, ଗୁରୁ, ରାଜାଦିଙ୍କ ସମ୍ମୁଖରେ, ନିକଟରେ l

ଛାୟେଣି
ଢାଙ୍କୁଣି, ଘୋଡ଼ଣି l

ଛାରପୋକ
ଓଡ଼ଶ, ଗନ୍ଧକୀଟ, ରକ୍ତ ଶୋଷୁଥିବା ଶେଯ କୀଟ l

ଛାଲ୍‌ଟି
୧. ସରୁସୂତା ବୁଣା ଲୁଗା l ୨. ଖଜୁରି ଛାଲି, ଖଜୁରି ଗଛ ମୂଳରେ ଥିବା ଟାଣୁଆଁ କଣ୍ଟାଳିଆ ପତର l

ଛାଲ
ଚମଡ଼ା, ଗଛର ବକଳ l

ଛାଲି
୧. ଛେଲି, ବକ୍କଳ l ୨. ଖଜୁରି ଗଛର ମୂଳ ଭାଗରେ ଥିବା ଟାଣୁଆ କଣ୍ଟା l

ଛିଆଁ
୧. ନଡ଼ିଆରୁ କତା ଛଡ଼ାଇବା l ୨. ଘର ଛାଆଁଣି କରିବା l

ଛିଆଣି
ଛପରବନ୍ଦୀ, ବାଜା ଉପରେ ଚମଡ଼ା ଛାଆଣି l


logo