logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଛାଟିବା
୧. କାଦୁଅ କ୍ଷେତରେ ବିହନ ବୁଣିବା l ୨. କାନ୍ଥରେ କାଦୁଅ ଛାଟିବା l

ଛାଟେଣି
୧. ବାଟୁଳି ଖଡ଼ା, ଗୁଲର୍‌ l ୨. ଛୋଟ ଚାବୁକ୍‌ l

ଛାଡ଼
ଲୁଗାର ରଙ୍ଗ ମ୍ଳାନ ପଡିବା l

ଛାଡ଼ଖାଇ
କାର୍ତ୍ତିକ ପୂର୍ଣ୍ଣିମାର ପରଦିନ l କାର୍ତ୍ତିକ ମାସରେ ଆମିଷ ଓ ପିଆଜ, ରସୁଣାଦି ଭକ୍ଷଣ ନିଷେଧ ଥାଏ l ଏଇଦିନ ଏସବୁ ଖାଦ୍ୟ ଖିଆଯିବାରୁ ଏହାର ଏପରି ନାମକରଣ କରାଯାଇଛି l

ଛାଡ଼ପଡ଼ିବା
ରଙ୍ଗ ଧୁଆ ହେବା ପରେ ଏଥିରୁ ରଙ୍ଗ ଛାଡ଼ିବା l

ଛାଡ଼ପତି
ସ୍ତ୍ରୀକୁ ଛାଡ଼ପତ୍ର ଦେଇଥିବା ସ୍ଵାମୀ l

ଛାଡ଼ପତ୍ନୀ
ସ୍ଵାମୀକୁ ଛାଡ଼ପତ୍ର ଦେଇଥିବା ସ୍ତ୍ରୀ l

ଛାଡ଼ପତ୍ର
୧. ବିବାହ ବିଚ୍ଛେଦର ସମ୍ମତି ଜ୍ଞାପକ ପତ୍ର l ୨. ସମସ୍ତ ଦେୟ ପରିଶୋଧ ହୋ‌ଇଥିବାର ପତ୍ର l

ଛାଡ଼ଯିବା
ଦୁଧିଆଳୀ ଗାଈ ଆଉ ଦୁଧ ଦୁହାଁଇ ନ ଦେବା l

ଛାଣି
ଛଣା, ଛଣା ହେବା ପାଇଁ ବ୍ୟବହୃତ ପତଳା କପଡ଼ା ଇତ୍ୟାଦି l


logo