logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଚନ୍ଦ୍ର‌ଉଦିଆ
ଏକ ପ୍ରକାର ବାଣ, ଏହା ଫୁଟିଲେ ଚନ୍ଦ୍ର ଉଦୟ ହେବା ପରି ଉଜ୍ଜ୍ଵଳ ଆଲୁଅ ଦେଖାଯାଏ l

ଚନ୍ଦ୍ରଝୁମ୍ପା
ନାରୀମାନଙ୍କ ମୁଣ୍ଡରେ ଚ‌ଉଁରି ଭୁଣ୍ଡିରେ ଲାଗିଥିବା ଚନ୍ଦ୍ରଭଳି ଝୁମ୍ପା l

ଚନ୍ଦ୍ରବନ୍ଦାପନା
୧. କୁମାର ପୂନେଇଁରେ କୁମାରୀମାନେ, ସଂଜବେଳେ ଚନ୍ଦ୍ରଙ୍କୁ ବନ୍ଦାଇବା l ୨. ବିବାହ ବିଧିର ଏକ କର୍ମ l ବିବାହ ପରବର୍ତ୍ତୀ ଶୁକ୍ଳ ତୃତୀୟାଦିନ ବର ଓ କନ୍ୟାଙ୍କ ଦ୍ଵାରା ଚନ୍ଦ୍ରଙ୍କୁ ବନ୍ଦାଣ କରିବା, ଲୋକାଚାର ବିଶେଷ l

ଚନ୍ଦ୍ରବାଡ଼ି
ହ‌ଇଜା l

ଚନ୍ଦ୍ରହାର
୧. ଗୋଠ, କଟିଭୂଷଣ l ୨. ଗଳାର ଅଳଂକାର ବିଶେଷ, ହାର l ୩. ଗୋଖରାରେ ଶିକୁଳିଲଗା ଅଳଂକାର, ଏହା କାନରେ ପିନ୍ଧାଯାଏ l

ଚବିଶାକୁଟା
୨୪ ଗୌଣି ଧାନ କୁଟିଲେ ୧୦ ଗୌଣି ଚାଉଳ ପାଇବା ରୀତି l

ଚମ‌ଉକୁଣି
ରୁମ ମୂଳରେ ରହୁଥିବା ଉକୁଣି l

ଚମଚୋର
ଲମ୍ପଟ, ପାପ ପ୍ରଣୟକାରୀ l

ଚମ‌ବାଇଦ
ଢୋଲ, ନାଗରା ଇତ୍ୟାଦି ଚମଡ଼ା ଛାଆଁଣି ହୋ‌ଇଥିବା ବାଦ୍ୟ l

ଚମ୍ପକ ଦ୍ଵାଦଶୀ
ଜ୍ୟେଷ୍ଠମାସ ଶୁକ୍ଳପକ୍ଷର ଦ୍ଵାଦଶୀ l


logo