logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଚଟଣି
ଖଟା, ଲୁଣ, ରାଗ, ମିଠା, ଏକାଠି ବାଟି ତିଆରି ହୋ‌ଇଥିବା ଲେହ୍ୟ ଚଟୁଣି l

ଚଟପଟି
ଭଣ୍ଡାରି ଖୁର ବା ନହରୁଣୀ ଇତ୍ୟାଦି ଘଷି ଧାର କରୁଥିବା ଚମଡ଼ାପଟି l

ଚଟା
କଞ୍ଚାହାଣ୍ଡିର ବାହାରପଟକୁ କୁମ୍ଭାର ପିଟିବା ବେଳେ ବ୍ୟବହାର କରୁଥିବା ଚଟକା ପଟା ବା କାଠି l

ଚଟା(ଟେ)ଇ
୧. ତାଳ ବା ଖଜୁରି ପତ୍ର ତିଆରି ଆସନ l ୨. ବାଉଁଶ ପାତିଆ ତିଆରି ତଲେଇ l ୩. ମସିଣା l

ଚଟି
୧, ପାନ୍ଥଶାଳା, ବାଟୋ‌ଇମାନଙ୍କ ରହଣିସ୍ଥଳ ପାଇଁ ତିଆରି ଘର l ୨. ପାଦୁକା l ୩. ଛୋଟ ଛପା l

ଚଟିଘର
ପାନ୍ଥଶାଳା, ରାସ୍ତାଧାରରେ ଥିବା ବାଟୋ‌ଇଙ୍କ ବିଶ୍ରାମ ଘର l

ଚଟୁ
୧. ତରକାରି ଘାଣ୍ଟିବା ପାଇଁ ବ୍ୟବହୃତ ଚେପଟା ଦଣ୍ଡ l ୨. ଉଖୁଡା ତିଆରି ବେଳେ ପାଗ ଗୁଡରେ ଖ‌ଇ ଇତ୍ୟାଦି ଘାଣ୍ଟିବା ନିମିତ୍ତ ବ୍ୟବହୃତ ଚେପଟାମୁହାଁ କାଠଖଣ୍ଡ l

ଚଟୁଆ
ଛୋଟ ଓ ସରୁଆ ଡଙ୍ଗା l

ଚଟୁତ୍ରାସ
ଲୁହାଚଟୁ ତତାଇ ଗାଲତଳେ ଥିବା ଫୁଲା ଜାଗାକୁ ସେକିବା l

ଚଠା
ବିନା ନିମନ୍ତ୍ରଣରେ ଖାଇବାକୁ ଆସିଥିବା ଲୋକ l


logo