logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଚକିଏ
ହାତର ଲେଡି ପରିମିତ l

ଚକିକାଠି
ଉପର ଚକିର କଡ ପାଖରେ ହୋ‌ଇଥିବା ଗାତରେ ମରା ହୋ‌ଇଥିବା କାଠି, ଏହାକୁ ଧରି ଘୂରାଇଲେ ଚକିରେ ପେଷଣକାମ ହୋ‌ଇଥାଏ l

ଚକିଖୁଣ୍ଟ
ମାଣିଖୁଣ୍ଟ, ତଳ ଚକିର କେନ୍ଦ୍ର ସ୍ଥଳରେ ଉପରକୁ ମରାଯାଇଥିବା ଖୁଣ୍ଟ, ଏହା ଚାରିପଟେ ଉପର ଚକି ଘୂରେ l

ଚକିଗୁଡ଼
ଚକ୍ରାକାରରେ ବନ୍ଧା ଯାଇଥିବା କଠିନ ଗୁଡ଼ l

ଚକୁଳି
ଅରୁଆ ଚାଉଳ ଓ ବିରି ବାଟଣରେ ତିଆରି ଗୋଲାକୃତି ପତଳା ପିଠା l ଏହାର ଦୁଇ ପାଖକୁ ନିଆଁରେ ତତାଯାଏ l

ଚକୁଳିଆପଣ୍ଡା
କାର୍ତ୍ତିକ, ମାଘ ଓ ବୈଶାଖ ମାସରେ ହାତରେ ତାଳପତ୍ର ଛତା, ଭିକ୍ଷାଝୁଲି, କାନ୍ଧରେ ଯାଉଁଳି ପକାଇ, ଗାଁ ଗାଁ ବୁଲି ଗୀତ ବୋଲି ଭିକ୍ଷା କରୁଥିବା ଏକ ଜାତୀୟ ନିକୃଷ୍ଟ ବ୍ରାହ୍ମଣ l

ଚକେନ୍‌
ଦନା, ପତ୍ର ଠୋଲା l

ଚକ୍କରପଡିଆ
ଘୋଡା ଦୌଡ଼ିବା ପାଇଁ ହୋ‌ଇଥିବା ଗୋଲାକାର ପଡିଆ l

ଚକ୍ରବାଉଳି
ଉପର କାନରେ ପିନ୍ଧାଯିବା ଗୋଲାକାର କାନଫାସିଆ l

ଚକ୍ରବୁଲା
ଜଗନ୍ନାଥଙ୍କ ଚକ୍ରକୁ ପୁରୀର ସାତ ସାଇରେ ବୁଲାଇବା ଉତ୍ସବ l


logo