logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଚିତାଦେବା
ଘରର ଦ୍ଵାରମୁହଁ, କାନ୍ଥାଦିରେ ପତଳା ଚା‌ଉଳ ପିଠ‌ଉରେ ଚିତା ଲେଖିବା l

ଚିତାପେଡି
ଚନ୍ଦନ ପେଡ଼ି, ଚିତା ଚନ୍ଦନ ଓ ପୂଜା ସାମଗ୍ରୀ ଥିବା ପେଡି l

ଚିତାରନ୍ଦା
ମାଠରନ୍ଦା, କାଠକୁ ପାଲିସ୍‌ କରିବା ପାଇଁ ବ୍ୟବହୃତ ଛୋଟ ରନ୍ଦା l

ଚିତିପାଟି
ଓରା ସୁନ୍ଦର ଦିଶିବା ପାଇଁ ଓରା ତଳେ ଚିତ୍ର ଖୋଦେଇ କରି ଦିଆଯିବା କାଠପଟା l

ଚିତୁ
କ‌ଉଡି ଖେଳରେ ପଟେ କ‌ଉଡ଼ିର ପେଟ ଉପରକୁ ହୋ‌ଇ ପଡ଼ିବା l

ଚିତାଲେଖିବା
ବିଭିନ୍ନ ପୂଜା, ପାର୍ବଣ ଓ ଉତ୍ସବ ଇତ୍ୟାଦିରେ ପି‌ଠ‌ଉ, ଢାଉରଙ୍ଗ ଦେଇ ଚିତା ପକାଇବା l ମାର୍ଗଶିରର ପ୍ରଥମାଷ୍ଟମୀ,ଗୁରୁବାର, କୁମାର ପୂର୍ଣ୍ଣିମା, ପୌଷପୂର୍ଣ୍ଣିମା, ଦକ୍ଷିଣା ସଂକ୍ରାନ୍ତି, ଖୁଦୁରୁକୁଣୀ ଓଷା, କାର୍ତ୍ତିକ ପୂର୍ଣ୍ଣିମାଦି ଉତ୍ସବ ଗୁଡ଼ିକରେ ବିଭିନ୍ନ ସ୍ଥାନରେ ବିବିଧ ଚିତାଲେଖା ବିଧି ଅଛି l

ଚିତ୍ରକାଠି
ରଙ୍ଗତୂଳୀ, ରଙ୍ଗ ବୁଡାଇ ଚିତ୍ର କରାଯାଉଥିବା କାଠି l

ଚିନା
ଚାରିଗୋଟି କାଇଁଚ ଓଜନର ପରିମିତ ସୁନା, ରୁପା l

ଚିନାମାଳି
ବେକର ଏକ ପ୍ରକାରର ଅଳଂକାର l

ଚିନ୍ତାପାଣ୍ଡୁ
ତିନ୍ତୁଳି l


logo