logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଚାପୁଆଣି
୧. ଚାଳଘରେ ଦିଆଯାଇଥିବା ବତାର କାମଡା l ୨. ଅଣ୍ଟାସୂତାର ସରିଗୁଡ଼ିକ ଏକାଠି କରି ରଖିବା ପାଇଁ ବ୍ୟବହୃତ ମୁଦିଆ l

ଚାବି
କଞ୍ଚି l କୋଲପ କାଠି l

ଚାମର
ଚ‌ଅଁର, ବାଳବିଞ୍ଚଣା l

ଚାୟାଁ
ପଖୌଜର ଆଗପଟ ଏବଂ ଏଥିରୁ ବାହାରୁଥିବା ଶବ୍ଦ l

ଚାର
୧. ଦୂତ, ସଂବାଦ ବହନକାରୀ l ୨. ମଞ୍ଚା, ଭାଡ଼ି, ଭାରା l ୩. ରଥାରୋହଣ ପାଇଁ ପ୍ରସ୍ତୁତ ପାହାନିଆଁ l ୪. ନାଳ ବା ପାଣି ଉପର ଦେଇ ଯିବାକୁ କାଠ, ବାଉଁଶ ତିଆରି ଭାଡ଼ି l ୫. ମାଛ ମାରିବା ପାଇଁ ଉ‌ଇଟାଙ୍କୁ, ଗୋବର, କୁଣ୍ଡାର ଚକଟା l

ଚାରକ
ଗୋରୁଜଗାଳି l

ଚାରଜାମା
ଘୋଡା ଉପରେ ସବାର ବସିବା ପାଇଁ ପକାଯାଉଥିବା ତୂଳା ତିଆରି ଚାରିକୋଣିଆ ଗଦି l

ଚାରଣା(ଣି)
ଚାରିଅଣା, ସୁ‌ଉକି, ଟଙ୍କାକର ଏକ ଚତୁର୍ଥାଂଶ ସୂଚକ ମୁଦ୍ରା l

ଚାରପାଇ
ଛୋଟ ଖଟ, ଖଟିଆ l

ଚାରମାଳ
ରଥଯାତ୍ରାବେଳେ ଦିଅଁଙ୍କୁ ରଥାରୋହଣ କରାଇବା ପାଇଁ ରଥ ସହିତ ନଡିଆଗଡ଼ ପକାଯାଇ ବନ୍ଧା ଯାଇଥିବା ପହନିଆଁ ନିଶୁଣି l


logo