logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଚାଞ୍ଚଖାଇ
ଗାଉଁଲି ଗାଳି ବିଶେଷ l

ଚାଞ୍ଚି
୧. ନଡିଆ ବାହୁଙ୍ଗାର ମୂଳକୁ ଘେରିଥିବା ଜାଲଜାଲୁଆ ବକ୍କଳ l ୨. ଆମ୍ବଟାକୁଆର ଦୃଢ ଆବରଣ l

ଚାଟି
୧. ବଡ଼ ଟୋକେଇ, ବେତା l ୨. ଲୁଣ କାରବାରର ଜାଗା l

ଚାଦରଧରା
ବରକନ୍ୟା ଦୁଆରମୁହଁ ବାଟେ ଯିବାବେଳେ ତାଙ୍କ ମୁଣ୍ଡ ଉପରେ ଦୁଇଜଣ ବ୍ୟକ୍ତି ଚାଦର ଟେକି ଧରିବା ରୀତି l

ଚାନ୍ଦବନ୍ଦାଣ
ବିବାହ ସମୟରେ ପାଲନ କରାଯାଉଥିବା ଏକ ଆଚାର ବିଶେଷ l

ଚାନ୍ଦଓଷା
ନାରୀମାନଙ୍କ ଦ୍ଵାରା ନିଜ ସନ୍ତାନମାନଙ୍କ ସୁସ୍ଥତା ନିମିତ୍ତ ପ୍ରତିମାସର ପ୍ରତିପଦରେ କରାଯାଉଥିବା ଚନ୍ଦ୍ରପୂଜା ଉପବାସ l

ଚାନ୍ଦି
୧. ଖାଣ୍ଟି ରୁପା l ୨. ଗୋ‌ଇଠିର ତଳିପା l ୩. ଘୋଡା ଓ ବଳଦଙ୍କ ଖୁରାରେ ପିଟା ଯାଉଥିବା ନାଲ l

ଚାନ୍ଦୁଆ
ବିବିଧ ରଙ୍ଗର କପଡାରେ ତିଆରି ସାମିୟାନା l

ଚାପଖେଳ
ଚନ୍ଦନଯାତ୍ରା, ଦେବଦେବୀଙ୍କ ଗ୍ରୀଷ୍ମ ସନ୍ତାପ ଅପନୋଦନ ନିମିତ୍ତ ବୈଶାଖ ଏକାଦଶୀଠାରୁ ୨୧ ଦିନ ପର୍ଯ୍ୟନ୍ତ ଅନୁଷ୍ଠିତ ଜଳକ୍ରୀଡ଼ା, ନୌ-ବିହାର l

ଚାପସରି
୧. ବେକରେ ପିନ୍ଧାଯିବା ହାର ବିଶେଷ l ୨. ମୁଦିଆ ଲଗା ଅଣ୍ଟାସୂତା l


logo