logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଚାଖୁ
ଛୋଟ ଧାରୁଆ ଛୁରି l

ଚାଖୁଣିଆ
ଯେ ଚାଖେ, ଖାଦ୍ୟ ପରିବେଷଣ ପୂର୍ବରୁ ଯେ ଚାଖି ଏହାର ଭଲ ମନ୍ଦ ସ୍ଵାଦ ବାରେ l

ଚାଚ
ନଡିଆ ଓ ଗୁଆ ଗଛର ଚ‌ଅଁରର ସରୁଆ ଦ‌ଉଡ଼ି ଭଳି ତନ୍ତୁ ଅଂଶ l

ଚାଙ୍ଗଡା
୧. ଡାଲା, ବଡ ଚାଙ୍ଗୁଡ଼ି l ୨. ବଡ ଗଛର ମୂଳ ଗଡ l

ଚାଙ୍ଗଡାଘର
ଭଣ୍ଡାର, ଯେଉଁ ଘରେ ବସ୍ତ୍ର ଓ ଅଳଂକାରାଦି ରଖାଯାଏ l

ଚାଙ୍ଗଡାମେକାପ
ଶ୍ରୀଜଗନ୍ନାଥଙ୍କ ସେବକ ବିଶେଷ l ବସ୍ତ୍ର ଅଳଂକାରାଦି ଏମାନଙ୍କ ଦାୟିତ୍ଵରେ ରଖାଯାଇଥାଏ l

ଚାଙ୍ଗୁ
ଆଦିବାସୀ ମାନଙ୍କର ଏକ ବାଦ୍ୟ ବିଶେଷ l ଏହାର ଉପରପଟେ ଚମଡା ଛାଆଣି ହୋ‌ଇଥାଏ ଏବଂ ଦୁଇଖଣ୍ଡ କାଠିରେ ଏହା ବଜାଯାଏ l ଏହା ସହିତ ଗୀତ ଓ ନୃତ୍ୟ କରାଯାଏ l

ଚାଙ୍ଗୁଡ଼ା(ଡି)
ଛୋଟ ଡ଼ାଲା,ଫୁଲ, ଫଳ ରଖିବା ଡାଲା l

ଚାଙ୍ଗୁନାଟ
ଚାଙ୍ଗୁବାଦ୍ୟ ବାଦନ ସହିତ ଗୀତ ଓ ନାଚ ପରିବେଷଣ l

ଚାଞ୍ଚ
ଚାଞ୍ଚରା, ଚାଞ୍ଚଡା, ନଡିଆବରଡ଼ା, ତାଳପତ୍ର, ବାଉଁଶ ପାତିଆରେ ବୁଣା ଲମ୍ବ ପଟି l


logo