logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଗଣ୍ଠିରା
ଗଣ୍ଠିଲି, ଲୁଗାରେ ଲୁଗା ବନ୍ଧା ପୁଡ଼ା, ଲୁଗାରେ ଜିନିଷପତ୍ର ବନ୍ଧା ହୋ‌ଇଥିବା ବଡ଼ ପୁଟୁଳି, ଏହାକୁ ପିଠିରେ ପକାଇ ପୁଡ଼ାର ଦୁଇ ଅଂଶ ଛାତିରେ ବନ୍ଧାଯାଏ l

ଗଣ୍ଠିଲା(ଲି)
ଲୁଗା ବା ଜିନିଷପତ୍ର ପୁଡ଼ା l

ଗଣ୍ଡ
୧. ଘୋଡ଼ାର ଲଗାମରେ ବସାଯାଇଥିବା ଗୋବ l ୨. ପାଣିଥିବା ଗହୀରିଆ ଜାଗା l ୩. ପଣସକାଠ l

ଗଣ୍ଡପୂଜ
ଘାଆ ବା କ୍ଷତ ଭିତରର ଗାଢ଼ ପୂଜ l

ଗଣ୍ଡା
୧. ଗଣ୍ଡା, ଏକ ବଣଜନ୍ତୁ l ୨. ଚାରିକଡ଼ା କ‌ଉଡି l ଚାରି ସଂଖ୍ୟା, ପୁଞ୍ଜା l ୩. ଗୋରୁ ପଘାର ବେକ ଫାଶ l

ଗଣ୍ଡି
୧. ଗଛର ମୂଳ ଶାଖା ବାହାରିବା ପର୍ଯ୍ୟନ୍ତ ଅଂଶ l ୨. ଶରୀରର ମୋଟା ଅବସ୍ଥା l ୩. ଧୋବା ତୁଠର ଲୁଗାକଚା କାଠ ବା ପଥର l ୪. ତାସ, ପଶା ଖେଳର ଗୋଟିଏ ପଟର ସଙ୍ଗୀ ଖେଳାଳି l ୫. ତେଲି ଘଣାରେ ବ୍ୟବହୃତ କାଠ ଗଣ୍ଡି l

ଗଣ୍ଡି
୧. ଧୋବା ଲୁଗା କାଚିବା ନିମିତ୍ତ ତୁଠରେ ପକାଉଥିବା କାଠ, ଯାହା ଆୟତାକାର ଥାଏ l ଏହାର ଗୋଟାଏ ମୁଣ୍ଡ ପାଣି ଭିତରେ ଓ ଅପର ମୁଣ୍ଡଟି ଗୋଟିଏ ଖୁଣ୍ଟ ଉପରେ ରହିଥାଏ l ୨. ପଣସ, ଜାମୁ ଇତ୍ୟାଦି କାଠରେ ପ୍ରାୟ ପାଞ୍ଚଫୁଟ ଗୋଲେଇ ଓ ଦଶଫୁଟ ଉଚ୍ଚତା ବିଶିଷ୍ଟ ଘଣାର ମୁଖ୍ୟ ଅଂଶ l ଏହାର ଅର୍ଦ୍ଧାଂଶ ମାଟିରେ ପୋତା ହୋ‌ଇଥାଏ ଓ ଅର୍ଦ୍ଧାଂଶ ଉପରକୁ ଥାଏ l ଏହାର ମଧ୍ୟ ଭାଗରେ ତିନିଫୁଟ ଓ ଦୁଇଫୁଟ ବ୍ୟାସ ବିଶିଷ୍ଟ ଗାତ ଥାଏ l

ଗଣ୍ଡିପୂଜା
ମକର ସଂକ୍ରାନ୍ତିରେ ଧୋବାର ଲୁଗାକଚା ଗଣ୍ଡିର ପୂଜା l

ଗତ
ଗୀତ ସ୍ଵରରେ ଗାନ ନଥାଇ କେବଳ ବାଦ୍ୟନାଦ l ଲୋକନାଟକ ଗୀତାଭିନୟ, ଗୀତିନାଟ୍ୟରେ ଏ ପ୍ରକାର ବାଦ୍ୟନାଦ କରାଯାଏ l

ଗତର ଖଟିବା
ଶାରୀରିକ ଶ୍ରମ କରିବା କାମ କରିବା l


logo