logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଗଡ଼ି
୧. ଘର ଚାଳର ଲମ୍ବ ପାଟି ଅଂଶ, ଗରି l ୨. କାଠର ମୁଣ୍ଡ l ୩. ଶଗଡ଼ l

ଗଡ଼ିଆ
୧. ପୋଖରୀ, ଟୁବ l ୨. ମଠିଆ ବଳଦ, ହଳ ବା ଶଗଡ଼ରେ ଯୋଚା ହେଲେ ଶୋ‌ଇ ପଡୁଥିବା ବଳଦ l

ଗଡ଼ିବତା
ଚାଳ ଛପର ଘରର ଛପର ଗଡ଼ି ଉପରେ, ଚାପୁଆଣି ରୂପେ ବ୍ୟବହୃତ ରୁଅ ସହିତ ବନ୍ଧାଯିବା ଲମ୍ବା ବତା l

ଗଡ଼ିଶା
୧. ଶେଉଳ ଜାତୀୟ ଏକ ପ୍ରକାର ମାଛ, ବେଙ୍ଗ l ୨. ସାତ ଭରଣ ଅଧେ ବା ବତିଶ ପୌଟି ପରିମାଣର ଧାନ l

ଗଡୁ
ପାଣି ଗଡ଼ାଇ ପିଇବା ପାଇଁ ନଳି ଲଗା ବଡ଼ ଜଳପାତ୍ର, ଜଳପାତ୍ର l

ଗଢ଼ାପଟା
ଯେଉଁ କାଠଖଣ୍ଡ ବା ପଟାଖଣ୍ଡ ଉପରେ କାଠ ରଖି ବଢେଇ କାଠ କାମ କରେ l

ଗଢ଼ାମୂଲ
ଅଳଂକାର ତିଆରି କରିବାରେ ବଣିଆର ମଜୁରି l

ଗଣ୍ଠି
୧. ଦୁଇ ପଦାର୍ଥକୁ ଏକାଠି ବାନ୍ଧିବା l ୨. ବାଳ, ଲୁଗା, ଦ‌ଉଡ଼ି ଇତ୍ୟାଦିକୁ ବାନ୍ଦିବା l ୩. ଟଙ୍କା, ସୁନା ଇତ୍ୟାଦିର ପୁଟୁଳା l ୪. କୃପଣ l ୫. ଆଖୁ, ବାଉଁଶାଦିର ପବ, ପବର ମଧ୍ୟ ସ୍ଥଳ l

ଗଣ୍ଠିବଳା
ଗୋଡ଼ର ବଳାଗଣ୍ଠି ଉପର ସ୍ଥାନରେ ପିନ୍ଧାଯିବା ରୁପା ଅଳଂକାର l

ଗଣ୍ଠିବାତ
ଆଣ୍ଠୁଗଣ୍ଠି ଦରଜ ହେବା ବାତ l


logo