logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଗ୍ରହଣ
ଗରହଣ, ସୂର୍ଯ୍ୟ ଓ ଚନ୍ଦ୍ରଙ୍କର ଆଂଶିକ ଅଦର୍ଶନ l ଏ କାଳରେ ପାକ ଓ ଭୋଜନ ନିଷିଦ୍ଧ, ଗ୍ରହଣ ମୋକ୍ଷ ପରେ ସ୍ନାନ, ଦେବଦର୍ଶନାଦି କାର୍ଯ୍ୟାରମ୍ଭ ହୁଏ l

ଗ୍ରହପୂଜା
ଅନିଷ୍ଟରୁ ରକ୍ଷା ପାଇବାକୁ ଗ୍ରହମାନଙ୍କର ଶାନ୍ତି ବିଧାନ କରିବାକୁ ପୂଜାଦି ଅନୁଷ୍ଠାନ l

ଗ୍ରାମ୍ୟଦେବୀ
ଗ୍ରାମ ଉପକଣ୍ଠରେ ପୂଜିତା ଦେବୀ, ଗ୍ରାମର ମଙ୍ଗଳକାରିଣୀ l ଗଛମୂଳ, କୁଡ଼ିଆ, ଖୋଲା ଆକାଶ ତଳେ କେଉଁଠି ଅବା ସିମେଣ୍ଟ ବା ମାଟି ପିଣ୍ଡ ଉପରେ ତାଙ୍କର ଆସ୍ଥାନ l ଦ୍ଵିଭୁଜା, ଚତୁର୍ଭୂଜା, କେଉଁଠି ସିନ୍ଦୁର ଲେପିତା ପଥର ଖଣ୍ଡର ତାଙ୍କର ମୂର୍ତ୍ତି l ସେ ତୁଷ୍ଟ ହେଲେ ଗ୍ରାମର ଉନ୍ନତି ହୁଏ , ଲୋକେ ସୁଖରେ ରହନ୍ତି , ରୁଷ୍ଟ ହେଲେ ଯାବତୀୟ ଅମଙ୍ଗଳ ବିଧାନ କରନ୍ତି l ବାସୁଳୀ, ଜାଗୁଳେଈ, ଷୋଳପୁଅମାଆ, ଅମ୍ବିକାଈ, ଧାକୁଲେଈ ଇତ୍ୟାଦି ବିଭିନ୍ନ ନାମରେ ସେ ନାମିତା l ଆସାମର 'ଶୀତଳା', ବଙ୍ଗର 'ମଙ୍ଗଳ ଚଣ୍ଡୀ' ଭଳି ଓଡ଼ିଆ ଲୋକବିଶ୍ଵାସରେ ଗ୍ରାମଦେବୀ ସଂକଟ ତାରିଣୀ, ଦୁଃଖହାରିଣୀ, ଭୟବିମୋଚନୀ, ଅଭୟ ଦାୟିନୀ, ମଙ୍ଗଳକାରିଣୀ ରୂପେ କୀର୍ତ୍ତିତା l ହଳଦୀ, ଚୁଆ, ଚନ୍ଦନରେ ତାଙ୍କର ମାଜଣା କରାଯାଏ l ଓଡ଼ିଆ ଲୋକ ପରଂପରାରେ ବିବାହ, ବ୍ରତାଦି ଶୁଭକର୍ମରେ ଗ୍ରାମଦେବୀଙ୍କୁ ପ୍ରଥମେ ପୂଜା ଅର୍ଚ୍ଚନା କରାଯାଏ l


logo