logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଗିଲିଦଣ୍ଡା
ଡାବର ପୁଆ, ଖେଳର ସରଞ୍ଜାମ l

ଗୁଆକାଟିବା
୧. ଗୁଆଦିଆ ବନ୍ଧୁଙ୍କୁ ନିମନ୍ତ୍ରଣକୁ ବନ୍ଦ କରିଦେବା l ୨. ଗୁଆକାତିରେ ଗୁଆ କାଟିବା l

ଗୁଆକାତି
ଗୁଆ କଟାଯିବା ଯନ୍ତ୍ର, ଖିଲିକାତି, ଏହାର ଉପର ପାଖରେ ଧାରୁଆ ଫାଳଥାଏ, ଏହାକୁ ଚାପିଲେ ଗୁଆ କଟିଯାଏ l

ଗୁଆଖୋଳପା
ଗୁଆ ଫଳର ଉପରିସ୍ଥ ଆବରଣ, ଗୁଆ ବାହୁଙ୍ଗାର ମୂଳରେ ଥିବା ଚୋପା, ଏହାକୁ ରଜ ପର୍ବରେ ଝିଅମାନେ ଚପଲ କରି ପିନ୍ଧନ୍ତି l

ଗୁଆଘିଅ
ଗାଈ ଦୁଧରୁ ପ୍ରସ୍ତୁତ ଘିଅ l

ଗୁଆଦିଆ
ଗୁଆ ଦେଇ ବନ୍ଧୁ ନିମନ୍ତ୍ରଣ ସଂପର୍କ l

ଗୁଆପକା
ବ୍ରତ ଓ ବିବାହ ଉତ୍ସବାଦିରେ ବନ୍ଧୁଘରେ ଗୁଆଦେଇ ନିମନ୍ତ୍ରଣ l

ଗୁଆମଙ୍ଗୁଳା
ବିବାହ ଓ ବ୍ରତାଦି ଶୁଭକାମରେ ସାତଜଣ ସଧବା ନାରୀ ଗୋଟା ଗୁଆକୁ ହଳଦି ବୋଳି ମଙ୍ଗୁଳିବା କର୍ମ l ଏଇ ହଳଦିବୋଳା ଗୁଆ ବନ୍ଧୁ ନିମନ୍ତ୍ରଣ କାମରେ ଚଳାଯାଏ l

ଗୁଆଳୀ
ଗ‌ଉଡୁଣୀ l

ଗୁଗୁପାଞ୍ଚି
ଶିଶୁଙ୍କୁ ଆଣ୍ଠୁ ଓ ଗୋଡ଼ଭଣ୍ଡା ଉପରେ ଲେପଟାଇ ଝୁଲାଇବା ଭଳି ଏକ ପ୍ରକାର ଖେଳ l


logo