logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଗାଞ୍ଜିଆ
ଅଣ୍ଟା ଖୋଷା ପ‌ଇସା ମୁଣି, ଟଙ୍କା ପ‌ଇସା ରଖିବାର ଲମ୍ବା ସୂତାମୁଣି l

ଗାଡ଼ିଯୋଚା
ଶଗଡ଼ ଚଳାଇବା ପାଇଁ ଏହାର ଯୁଆଳିକୁ ବଳଦ କାନ୍ଧରେ ଥୋ‌ଇ ବଳଦ ଅଡ଼ାଇବା l

ଗାଣ୍ଠି
ବହୁ ଲୁଗାପଟା ଓ ଜିନିଷପତ୍ର ଏକାଠି ବନ୍ଧା ହେବା ଗଣ୍ଠିଲି l

ଗାଣ୍ଡିଆବତା
ଚାଳଘର ଛପରରେ ମୂଳଗଡ଼ିର ନଡ଼ାକୁ ଚାପି ରଖିବା ପାଇଁ ବନ୍ଧା ଯାଉଥିବା ଲମ୍ବା ବତା l

ଗାଣ୍ଡୁଆ
ବାଉଁଶ ପାତିଆ ବା କଣିରେ ବୁଣା ଯାଇଥିବା ଚ‌ଉଡ଼ାମୁହାଁ ଟୋକେଇ l

ଗାତ
୧. ମାଟିରେ କିଛି ପୋତିବା ପାଇଁ ଖୋଳାଯିବା ଆଧାର l ୨. ଘଣା ଗଣ୍ଡିରେ ଖୋଳାଯାଇଥିବା ଖାଲ l ୩. ଢିଙ୍କି ପାହୁରାଣି ମାଡ଼ ସହୁଥିବା ଧାନ କୁଟାଯିବା ନିମିତ୍ତ ଗାତତଳେ ଥିବା ଗୋଲାକାର ପଥର ଖଣ୍ଡ l

ଗାଦି
୧. ମହନ୍ତ, ମଠାଧିଶଙ୍କ ମଠ l ୨. ପୋଥି ପ୍ରଭୃତି ଏକତ୍ର ରଖାଯିବା ସ୍ଥାନ l ୩. ମହନ୍ତାଦିଙ୍କ ଶବ ପୋତା ସ୍ଥାନ, ଏହା ଉପରେ ମାଟିର ଉଚ୍ଚ ପିଣ୍ଡ ହୋ‌ଇଥାଏ l

ଗାଧ
ପଶା, ନଈ ଆଦିରେ ଅଳ୍ପ ପାଣି ଥିବା ସ୍ଥାନ, ଯେଉଁବାଟେ ମଧ୍ୟ ଲୋକେ ପଶି ଯାଆ ଆସ କରି ପାରନ୍ତି l

ଗାଧୁଆବେଳ
ବିଭିନ୍ନ ଲୋକଙ୍କର ଗାଧୋ‌ଇବା ସମୟ l ଭୁଆଷୁଣୀ ଗାଧୁଆ-ଅତି ସକାଳ, କ‌ଅଁଳଗାଧୁଆବେଳ-ପ୍ରାୟ ଦିନ ନ‌ଅଟା, ଟାଣଗାଧୁଆବେଳ-ମଧ୍ୟାହ୍ନ ସମୟ l

ଗାଛଣି
କାଦୁଅ ଉପରେ ଇଟା ବସାଇ ପୁଣି କାଦୁଅ ଦେଇ ପୁଣି ଇଟା ବସାଇବା l


logo