logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଗହନ
ବଗ, ଶାଗୁଣା, ଚିଲ, ବାଦୁଡ଼ି ଇତ୍ୟାଦି ପକ୍ଷୀମାନଙ୍କର ଗୋଟିଏ ଗଛରେ ବହୁ ସଂଖ୍ୟାରେ ଅବସ୍ଥାନ l

ଗହୀରବିଲ
ମୌଜାର ନିମ୍ନ ସମତଳ କ୍ଷେତ, ଏଠାରେ ପାଣି ଜମେ ଓ ଭଲ ଫସଲ ହୁଏ l

ଗାଆଣ
ପାଲା, ସଂକୀର୍ତ୍ତନାଦିର ଗାୟକ l ପାଲା ଗାଆଣ ଚାମର ଧରନ୍ତି, ସୁଦୃଶ୍ୟ ବେଶ ହୁଅନ୍ତି, ଗିନି ବଜାନ୍ତି, ଗୀତ ଗାଇବା ସହିତ ନୃତ୍ୟ କରନ୍ତି, ପଦର ବ୍ୟାଖ୍ୟା କରନ୍ତି l

ଗାଆଣୀ
୧. ଗାୟିକା, ଗୀତ, ନୃତ୍ୟ ନିପୁଣା l ୨. ଦେବଦାସୀ, ମାହାରୀ, ଦେବତାଙ୍କ ପହୁଡ଼ ସମୟରେ ଗୀତନୃତ୍ୟ ସେବାକାରିଣୀ l

ଗାଈଗାଧୁଆ
ଦୋଳପୂର୍ଣ୍ଣମୀ ପୂର୍ବଦିନ, ଗ‌ଉଡ଼ମାନଙ୍କ ଦ୍ଵାରା ଗୋରୁ ଗାଧୋ‌ଇବା ଉତ୍ସବ l

ଗାଈବିଷ୍କିବା
ଦୁଧିଆଳୀ ଗାଈ କମ୍‌ କ୍ଷୀର ଦେବା l

ଗାଈ ଲେଉଟାଇବା
ଋତୁମତୀ ଗାଈ ଗର୍ଭ ଧାରଣ ନକରିବା l

ଗାଙ୍ଗୁଲା
କଡ଼ାଲାଗିଥିବା ବଡ଼ ପିତଳ କୁଣ୍ଡ l

ଗାଜିବା
୧. ମୂଷଳ ଧାରାରେ ବର୍ଷା ହେବା l ୨. ବନ୍ଧୁକରେ ବାରୁଦ ଠେସିବା l

ଗାଞ୍ଜ
୧. ବାଣ ଭିତରେ ବାରୁଦ ଖୁନ୍ଦିବା କାଠଖଣ୍ଡ l ୨. କଳସୀ ମୁହଁର ବିଣ୍ଡା l


logo