logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଗନ୍ଧିଣା
କାମୁଡ଼ି ଗୋଡ଼ାଉଥିବା ଘୋଡ଼ା l

ଗଭରେଇବା
ଜନ୍ମ ସମୟ ପୂର୍ବରୁ ଜନ୍ମ କରି ପକେଇବା l

ଗଭା
୧. ଖୋଷା, ଜୁଡ଼ା, ମୁଣ୍ଡ ବାଳରେ ଗୁଡ଼ାଯିବା ଫୁଲତୋଡ଼ା l ୨. ଛଣ ବା ଧାନଗଦାର ଛପର ଅଂଶ, ଉପରୁ ଯାହା ତଳ ଆଡ଼କୁ ଢ଼ାଲୁ ହୋ‌ଇଥାଏ l

ଗଭୁରୀ ପକାଇବା
ଉପଯୁକ୍ତ ସମୟ ପୂର୍ବରୁ ତରବରିଆ ଭାବେ ପ୍ରସବ l

ଗମ
ଧାନାଦି ଶସ୍ୟକୁ କିଛିକାଳ ରଖି, ପାଗ ଉପଯୋଗୀ କରାଇବା, ଖଣି ପକାଇ ରଖିବା l

ଗମରା
ଫିମ୍ପି ମାରିଯାଇଥିବା, ଅଧିକ କାଳ ବନ୍ଦ ହୋ‌ଇ ରଖାଯାଇଥିବା l

ଗମା
ଦୁଇପାଖେ କାନ୍ଥବାଡ଼ ଥିବା ଅଣ-ଓସାରିଆ ସ୍ଥାନ, ଗମାଗୋ‌ଇ l

ଗମ୍ଫ
ପାନ ବରଜର ଦୁଇ ଧାଡ଼ି ପାନ ଲତାର ମଝି ସ୍ଥାନ l

ଗମ୍ଭିରା/ଗମ୍ଭିରି
୧. ଗମ୍ଭିରି ଘର l ଅନ୍ଧାରୁଆ ଗୁପ୍ତ ଘର l ୨. କୋରଡ଼, ଗାତ l ୩. ଦିଅଁଙ୍କ ଗୁପ୍ତ ଘର l ୪. ମନ୍ଦିରର ଅଭ୍ୟନ୍ତର l ୫. ଝରକା ନଥିବା ଘର l

ଗମ୍ଭିରି ସାଆନ୍ତ
ଉଆସରେ ଥିବା ନିଭୃତ କକ୍ଷରେ ସମୟ କାଟୁଥିବା ଯୁବରାଜ ବା ସାଆନ୍ତ l


logo