logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଗଦିଆଳ
ବ୍ୟବସାୟୀ, ଗଦି ମାଲିକ l

ଗଧ୍‌ରା
ଚ‌ଉଡ଼ାମୁହାଁ ବଡ଼ ମାଠିଆ l

ଗଧ
ଘୋଡ଼ା ଜାତୀୟ ଅଥଚ ନିକୃଷ୍ଟ ପଶୁ, ଏମାନେ ଭାର ବହନ କରନ୍ତି l

ଗଧିଆ
ହେଟା ବାଘ l ପ୍ରାୟ ଦୁଇହାତ ଲମ୍ବା ଶରୀର ବିଶିଷ୍ଟ ମାଟିଆ ମିଶା କଳା ରଙ୍ଗର ପଟା ପଟା ଦାଗ ଥିବା ହିଂସ୍ର ପଶୁ l

ଗନ୍ଧଣ
ଅଦା, ହେଙ୍ଗୁ, ମରିଚ, ଜିରା, ଘିଅ ଇତ୍ୟାଦି ଦ୍ରବ୍ୟ l

ଗନ୍ଧବଣିଆ
ପୋଟଳି ବଣିଆ, ଜଡ଼ି, ବୁଟି, ଚେର ମୂଳି କାରବାର କରୁଥିବା ବଣିଆ l

ଗନ୍ଧବେଣା
ଧନିତ୍ରୀ ଗଛ, ଧାନ ପତ୍ର ପରି ଏହାର ପତ୍ର ଓ ଏଗୁଡ଼ିକ ସୁଗନ୍ଧିତ l

ଗନ୍ଧଶୁଣ୍ଠି
ଅଦା ଜାତୀୟ ସୁଗନ୍ଧ ଔଷଧୀୟ ଗୁଣଥିବା ମୂଳ ବିଶେଷ l ଏହାର ପତ୍ର ଗୁଡ଼ିକ ଚଟକା l

ଗନ୍ଧଷଣ
ବାହାଘର ପୂର୍ବଦିନ ବର, କନ୍ୟାଙ୍କୁ, ହଳଦୀ ଚନ୍ଦନ ଲଗାଇବା ବିଧି l

ଗନ୍ଧଷଣଗୀତ
ବର କନ୍ୟାଙ୍କୁ ବିବାହ ପୂର୍ବଦିନ ଗନ୍ଧାଦି ଲେପନ କାଳରେ ସଧବାମାନେ ଗାଉଥିବା ମଙ୍ଗଳଗୀତ l


logo