logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କନିଆଁବାହା
ଅପ୍ରାପ୍ତ ବୟସ୍କା ବାଳିକାର ବିବାହ l

କନିଆଁଭାରିଯା
ଅଧିକ ବୟସର ବରର ଦ୍ଵିତୀୟ ପକ୍ଷର ବାଳିକା ସ୍ତ୍ରୀ l

କନିଆଁ ମା
ବିମାତା l

କନିଆଁଶାଶୁ
ସ୍ଵାମୀ ବା ସ୍ତ୍ରୀ ଙ୍କର ଅଳ୍ପ ବୟସ୍କା ଶାଶୁ, ବିମାତା ଶାଶୁ l

କନିଶିରି
କାନସିରି, ଆପେ ଆପେ ପାଣି ଜାଗାରେ କ‌ଅଁଳୁଥିବା ଶାଗ ବିଶେଷ l ଏହାର କାଣ୍ଡ ନଟାଳିଆ l

କନ୍ତାରି
ଲମ୍ବାଳିଆ ବହୁ ରସ ଥିବା ଏକ ପ୍ରକାରର ଆଖୁ l

କନ୍ଥ
ଝରକା ବନ୍ଧର ତଳକାଠ l

କନ୍ଥଲି
ଛୋଟିଆ କନ୍ଥା l

କନ୍ଥଡ଼ା
ଚିରା ଲୁଗାକୁ ସିଲେଇ କରି ତିଆରି ହୋ‌ଇଥିବା ଶେଯ l

କନ୍ଥା
୧. ତାଳି ପଡ଼ିଥିବା ଚିରାଲୁଗା l୨. ଛିଣ୍ଡା ଲୁଗାକୁ ଏକାଠି କରି ସିଲେଇ କରାଯାଇଥିବା ଶେଯ ବା ଆଚ୍ଛାଦନ ବିଶେଷ l


logo