logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କଡ଼ାଗଣ୍ଡା
ପୁରୁଣା ପଣିକିଆର ହିସାବ l ଏଥିରେ ସଂଖ୍ୟାଠାରୁ ଆରମ୍ଭ କରି କୋଡ଼ି, ପଣ, ପଦିକା, କାହାଣର ହିସାବ କରାଯାଏ l

କଡ଼ିକାଠ
ଛାତ ଓ ପୋଲର କଡ଼ି ଭାବରେ ବ୍ୟବହୃତ କାଠ l

କଢ଼ା
ଗଜା, ଗଛ ବା ଗଣ୍ଡିରୁ ବାହାରୁଥିବା କୁଆଁ l

କଢ଼ାଣ
ଜମିରେ ପ୍ରଥମ ଓଡ଼ଚାଷ l

କଢ଼ିଆ
ଦୁଇପାଖ ବାଙ୍କୁଲି ଥିବା ଲୁହାଖଣ୍ଡ, ଏଥିରେ ବିଭିନ୍ନ ଜିନିଷ ଓହଳାଇ ରଖାଯାଏ l

କଢ଼ାଣମୁଣ୍ଡା
ସରୁ ଲଙ୍ଗଳର ମୁଣ୍ଡା l

କଣେଇ
ଆଡ଼ ଆଖିରେ ଚାହିଁବା l

କଣକାଣ୍ଡ
ମ‌ଉଡ଼ମରା ଘରର କଣ ବାଗରେ ଚାଳର ଶେଷ କଣ ପର୍ଯ୍ୟନ୍ତ ଲମ୍ବିଥିବା ଶେଣି l

କଣନଖା
ନଖ କଣରେ ହୋଇଥିବା ଘାଆ, ଏଇ ହେତୁ ନଖ ମରିଯାଏ l

କଣମଛା
କାର୍ତ୍ତିକ, ମାର୍ଗଶିର ମାସରେ ପାଣି ଶୁଖି ଆସିଲେ ବିଲରୁ ଧରା ଯାଉଥିବା ଛୋଟ ଛୋଟ ମାଛ l


logo