logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଓଳିକିଆ
୧. ଏକ ଓଳିର କାମ l ୨. ଦିନରେ ଥରେ ମାତ୍ର ଭୋଜନ l ୩. ଦିନକ ମଧ୍ୟରୁ ଓଳିକରେ, ସଂପନ୍ନ କାର୍ଯ୍ୟ l

ଓଳିଗଡ଼ା
୧. ଉଛୁଣା ପାଣି, ଚାଳର ଓଳିରୁ ପାଣି ଗଡ଼ିବା ପରିମାଣର ବର୍ଷା l ୨. ଦିନ ଦି'ପହରରୁ ଅଧିକ ସମୟ l

ଓଳିତଳ
୧. ଚାଳରୁ ପାଣି ଗଡ଼ି ଯେଉଁଠି ପଡ଼େ l ୨. ଚାଳର ଠିକ୍‌ ତଳ ଭାଗରେ ଥିବା ଭୂମି l

ଓଳିପାଣି
ଚାଳର ପ୍ରାନ୍ତ ଭାଗରୁ ତଳକୁ ପଡୁଥିବା ବର୍ଷା ପାଣି l

ଓଳିମିଞ୍ଚି
ଡାଳମାଙ୍କୁଡ଼ି ଖେଳ l ପାଖାପାଖି ଥିବା ଗଛ ଡ଼ାଳରେ ଚଢ଼ି ପିଲାଙ୍କର ଡ଼ିଆଁ ଡ଼େଇଁ ଖେଳ l

ଓଲୁଆ
ଶଗଡ଼ ହାଣ୍ଡି ଭିତରର କଣା ଅଖ ଦ୍ଵାରା ଘଷି ହୋ‌ଇ କ୍ଷୟ ନହେବା ପାଇଁ ଛିଦ୍ର ଭିତରେ ଦିଆଯାଇଥିବା ଲୁହାସମା l

ଓଶକା
ଅଶୋକାଷ୍ଟମୀ ଦିନ ଅଶୋକ କଢ଼ି ଦିଆନିଆ ହୋ‌ଇ ଦୁଇଜଣ ପରସ୍ପର ଭିତରେ ସ୍ଥାପନ କରିଥିବା ବନ୍ଧୁତ୍ଵ, ଦୁହେଁ ଦୁହିଁଙ୍କୁ ନାଁ ଧରି ନ ଡ଼ାକି କେବଳ 'ଓଶୋକା' ବୋଲି ଡ଼ାକନ୍ତି l

ଓଷଦ
ଭେଷଜ, ଜଡ଼ି, ବୁଟି ପ୍ରଭୃତି ରୋଗ ନିବାରଣ ପାଇଁ ପ୍ରୟୋଗ l

ଓଷଦ କରିବା
ତନ୍ତ୍ର ବା ଜଡ଼ିବୁଟି ପ୍ରୟୋଗ କରି ଅନ୍ୟର ଅନିଷ୍ଟ କରିବା, ଅନ୍ୟକୁ ଅକ୍ତିଆରରେ ରଖିବା l

ଓଷା
ଉପବାସ, ଅନଶନବ୍ରତ l ନାରୀମାନେ ବ୍ରତ କରନ୍ତି, ପୁରୁଷମାନେ ଓଷା ପାଳନ୍ତି l ମାତ୍ର ଓଡ଼ିଶାରେ ନାରୀମାନେ ବଡ଼ଓଷା,ଜହ୍ନିଓଷା, ବାଟମଙ୍ଗଳା ଓଷା, ନାଗଲ ଚ‌ଉଠି ଓଷା, ପଣ୍ଡୁଓଷା, ଦ୍ଵିତୀୟାଓଷା, ବାଟଓଷା, ମଙ୍ଗଳାଓଷା ଇତ୍ୟାଦି ଅନେକ ପ୍ରକାରର ଓଷା ପାଳନ କରନ୍ତି l


logo