logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଏକଦଶାହ
ମୃତ ବ୍ୟକ୍ତିର ଏକଦଶାହ କର୍ମ, ଶୁଦ୍ଧିଘର l

ଏକଦାନା
ନାକପୁଡ଼ାରେ ପିନ୍ଧାଯିବା ଗୋଲମରିଚ ଭଳି ନାଡ଼ଲଗା ସୁନା ଅଳଂକାର l

ଏକପଖିଆ
ଗୋଟିଏ ମାତ୍ର ମୁହଁ ଥିବା ଚୂଲି l

ଏକପତ୍ରିଆ
ଜାତିଆଣ ସଭାରେ ନ ବସି ଏକା ବସି ଖାଉଥିବା ଲୋକ l

ଏକପଦିଆ
ଆୟ ବ୍ୟୟ ଏକାଠି ଲେଖାଥିବା କାଗଜ ବା ତାଳପତ୍ର l

ଏକପାଣିଆଁ
୧. ଥରେ ମାତ୍ର ପାଣି ମଡ଼ାଯିବା ଫସଲ l ୨. ଦୀର୍ଘଦିନପରେ ପ୍ରଚୁର ବର୍ଷା l ୩. ବର୍ଷେମାତ୍ର ଚାଷକାମ କରିଥିବା ବଳଦ l

ଏକପାନିଆଁ
ଥରେ ହେବା ପରେ ଆଉ ହେଉ ନଥିବା ଫସଲ l

ଏକପୁଡ଼ିଆ
୧. ଏକ ସ୍ଵର ବିଶିଷ୍ଟ ସ୍ଵର ବାଦ୍ୟ ଯନ୍ତ୍ର, ପେ‌ଏଁକାଳି l ୨. ଥରେ କୁଟା ହୋ‌ଇ ପାଛୁଡ଼ା ହୋ‌ଇନଥିବା ଚାଉଳ l ୩. ଥରେ ମାତ୍ର ଘାସ ବଛା ଯାଇଥିବା ବିଲ l

ଏକପୁରୁଷିଆ
୧, ବେଉଷଣ ପରେ ମୂଳରୁ ପିଲ ବାହାରୁ ନଥିବା ଧାନଗଛ l୨. ପୁରୁଷେ ଉଚ୍ଚରୁ ତଳେଥିବା l

ଏକପୋଛା
ଥରେ ମାତ୍ର ପୋଛା ଯାଇଥିବା ରଙ୍ଗ l


logo