logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଆଡ଼େଣି
ଛତା | ରାଜା ବା ସାମନ୍ତମାନଙ୍କ ଉପରେ ପଡୁଥିବା ତିର୍ଯ୍ୟକ ଖରାରୁ ରକ୍ଷା ପାଇବା ପାଇଁ, ରାଜା ବା ସାମନ୍ତଙ୍କ କଡ଼େ କଡ଼େ ଏଇ ଛତା ଧରାଯାଏ l

ଆଣ
ପାଣିଆ ପିଠ‌ଉ l ବିରି, ଚା‌ଉଳ ଇତ୍ୟାଦିର ପାଣି ଓ ଲୁଣ ମିଶା ବାଟଣ l

ଆଦରାଆଦରି
ବିବାହ ନକରି ସ୍ଵାମୀ ଓ ସ୍ତ୍ରୀ ରୂପେ ଜୀବନ ନିର୍ବାହ କରିବା l

ଆଧାନ
ବାହାଘର ବେଳେ ବେଦିରେ ଅଗ୍ନି ସ୍ଥାପନ ଓ ହୋମକର୍ମ l

ଆନ୍ଧ
ହଳ ସମୟରେ ଜୁଆଳିର ଠିକ ମଝି ସ୍ଥାନରେ ଥିବା ଚାରି ସରିଆ ମୋଟା ଦ‌ଉଡ଼ି l ଏହାର ଫାଶ ଅଂଶରେ ନଙ୍ଗଳ ଈଶର ଆଗ୍ରଭାଗ ପ୍ରବେଶ କରାଇ, ନଙ୍ଗଳ ଦ‌ଉଡ଼ା ସାହାଯ୍ୟରେ ଈଶକୁ ଜୁଆଳି ସହିତ ଭଲ ଭାବରେ ଭିଡ଼ାଯାଏ l

ଆପଣେ / ଆପେଣେ
ଚାହାଳିର ଅବଧାନମାନଙ୍କ ପ୍ରତି ସମ୍ବୋଧନ l

ଆଫୁଖଟି
ଅଫିମିଆଁଙ୍କ ଆଖଡ଼ା l

ଆମବାତ / ଆମଦୋଷ
ପେଟ ଜନିତ ରୋଗ l

ଆମ୍‌ଖାସ୍‌
ଘରର ଶେଣିକୁ ଧରି ରଖିବା ପାଇଁ କାନ୍ଥରୁ ଦିଆଯାଇଥିବା କାଠଖଣ୍ଡ, କ‌ଇଁଚିଆ କାଠ l

ଆମ୍‌ସଡ଼ା
ଆମ୍ବସଢ଼ା l ପାଚିଲା ଆମ୍ବ ଚିପୁଡ଼ାଯାଇ, ଏଥିରୁ ବାହାରୁଥିବା ରସକୁ ଖରାରେ ଶୁଖାଇ ପ୍ରସ୍ତୁତ କରାଯାଉଥିବା ଆଚାର l ଏହାକୁ ଆମ୍‌ସୁଠା ମଧ୍ୟ କୁହାଯାଏ l


logo