logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଆଙ୍କୁ
ବାଡ଼ ଦେବା ପାଇଁ ବ୍ୟବହୃତ ଏକ ପ୍ରକାର ଅନାବନା ଗଛ l

ଆଙ୍କୁଡ଼ା.(ଡ଼ି)
୧. ଲଗି l ଫୁଲ ଓ ଫଳ ପ୍ରଭୃତି ତୋଳିବା ପାଇଁ ସରୁଆ କାଠ ବାଡ଼ି ବା ସରୁ ବାଉଁଶ ଅଗରେ ବନ୍ଧାଯାଇଥିବା ଛୋଟ ଡାଂଗ, ଏହା ସାହାଯ୍ୟରେ ଉଚ୍ଚସ୍ଥାନରୁ ଫୁଲ ଓ ଫଳ ପ୍ରଭୃତି ତୋଳାଯାଇଥାଏ l ୨. ହାରର ଦୁଇ ମୁଣ୍ଡକୁ ଯୋଡ଼ିବାକୁ ବ୍ୟବହୃତ ଅଗ ବଙ୍କା ଥିବା ମୁଦିଆ l

ଆଚନ୍‌
ଦ‌ଉଡ଼ିଆ ଖଟର ବୁଣାକୁ ଟାଣ ରଖିବା ପାଇଁ, ଏହାର ଗୋଡ଼ ଆଡ଼େ ବନ୍ଧାଯାଉଥିବା ଦ‌ଉଡ଼ି l

ଆଚମନ
ହାତ, ମୁହଁ ଇତ୍ୟାଦି ଧୋ‌ଇବା, ପୂଜା, ଭୋଜନର ପୂର୍ବରୁ ଓ ପରେ ହାତ ଚକିରେ ସାମାନ୍ୟ ଜଳପାନ l

ଆଚାର
ତେଲ ମସଲା, ଲଙ୍କା ଇତ୍ୟାଦି ଦେଇ ଆମ୍ବ, ଲେମ୍ବୁ ଇତ୍ୟାଦିର ଖଟାଳିଆ ଦ୍ରବ୍ୟ ପ୍ରସ୍ତୁତି l

ଆଟଣା
୧. ମଧ୍ୟମ ଧରଣର ହାଣ୍ଡି ଆଟିକା l ୨. ଛୋଟ ଆକାରର ମାଟି ହାଣ୍ଡି l ୩. ଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ଅନ୍ନ ବ୍ୟଂଜନାଦି ରଖିବା ନିମିତ୍ତ ବ୍ୟବହୃତ ଛୋଟ ମାଟିହାଣ୍ଡି l

ଆଟିକା
୧. ଛୋଟ ମାଟିହାଣ୍ଡି l୨. ଶ୍ରୀକ୍ଷେତ୍ରକୁ ଜଗନ୍ନାଥ ଦର୍ଶନ କରିବାକୁ ଆସିଥିବା ଯାତ୍ରୀମାନେ ପ୍ରଭୁଙ୍କଠାରେ ଭୋଗ ଖଞ୍ଜା କରିବାକୁ ପଣ୍ଡାମାନଙ୍କୁ ଦେ‌ଉଥିବା ଅର୍ଥକୁ ମଧ୍ୟ ଆଟିକା କୁହାଯାଏ l

ଆଟିକାଭୋଗ
ଶ୍ରୀ ଜଗନ୍ନାଥ ଦର୍ଶନକୁ ପୁରୀ ଆସିଥିବା ଯାତ୍ରୀମାନେ ନିତିଖଂଜା କରିବା ଉଦ୍ଦେଶ୍ୟରେ ପଣ୍ଡାମାନଙ୍କୁ ଦେଉଥିବା ଧନ l

ଆଜ୍ଞାପତ୍ର
ଆଦେଶପତ୍ର l ରାଜା, ସାମନ୍ତ ପ୍ରଭୃତିଙ୍କ ଆଦେଶ ବହନ କରୁଥିବା ପତ୍ର l

ଆଟୁ
ଚାଳତଳେ ଓ କାନ୍ଥ ଉପରେ ତିଆରି ମାଟିଛାତ l କାଠ, ବାଉଁଶ ଇତ୍ୟାଦି କାନ୍ଥ ଉପରେ ରଖାଯାଇ ଏହା ଉପରେ ଚକଟାମାଟି ଥାପି ଆଟୁ ତିଆରି ହୁଏ l


logo