logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ତାକ୍‌ଡ଼ି
ବି. ତାକୁଡ଼ି

ତାକି ତର୍‌କି
କ୍ରି. ବିଂ. ସାବଧାନ ହୋ‌ଇ

ତାକିବା
କ୍ରି. ୧. ବୁଝିବା | ୨. ସାବଧାନ ହେବା

ତାକୁଖେଲ୍
ବି. ଏକ ପ୍ରକାର ଶିଶୁକ୍ରୀଡ଼ା, ଏଥିରେ ଧାଡ଼ିରେ ବସିଥିବା ପିଲାଏ କ୍ରମାନ୍ୱୟରେ ଜଣେ ଅପରକୁ ସାମାନ୍ୟ ଆଘାତ କରେ

ତାଖିତ୍
ବି. ସତର୍କୀକରଣ, ସାବଧାନୀ ବାଣୀ

ତାଗ୍
ବି. ସୂତା ଖିଅ

ତାଂଚାରାଂଚା
ବି. କଳିକଜିଆ ପାଇଁ ବାଚନିକ ଉଦ୍ୟମ ଅଥବା ଭାବଭଂଗି

ତାଡ଼
ବି. ବାହୁରେ ପିଂଧାଯିବା ବଳୟାକୃତି ଅଳଂକାର ବିଶେଷ

ତାଡ଼ିବା
କ୍ରି. ଦୁଇହାତ ପାପୁଲିରେ ଏପାଖ ସେପାଖ ହଲାଇ ଖଳିମୁଂଡାକୁ ପିଠା କରି ଗଢିବା, ହାଂଡି ମାଠିଆ ଆଦି ପ୍ରହାର କରି ଗଢିବା

ତାଡ଼ିଲ୍
ବି. ଛୁଟି , କାମବଂଦ


logo