logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କ୍ଷିଅ
୧. ଖିଅ, ସୁତାର ସୋରି l ୨. ଅଡୁଆ ସୂତାର ଗୋଟିଏ ମୁଣ୍ଡ l ୩. ମାଛ ଧରିବା ଜାଲ l

କ୍ଷିରପୁଳି
ରାବିଡି ପୁରଦିଆ ଏକପ୍ରକାର ପିଠା l

କ୍ଷିରମୋହନ
ବଡ ରସଗୋଲା l

କ୍ଷିରାବାଜିଆ
ସୁନା ଅଳଂକାରରେ ଲାଗୁଥିବା ଏକ ପ୍ରକାର ଚକତି l

କ୍ଷିରି
ଦୁଧରେ ଅରୁଆ ଚାଉଳ ଓ ଚିନି ଦେଇ ପ୍ରସ୍ତୁତ ଖିରି l

କ୍ଷିରିକୋଳି
ବ‌ଉଳ ଜାତୀୟ କୋଳି, ଏହା ଖଟାଳିଆ ଓ ଏଥିରେ ବଡ ମଞ୍ଜିଥାଏ l

କ୍ଷିରିପିଠା
ବିବାହ, ବ୍ରତାଦି ଉତ୍ସବରେ ପରିବେଷିତ ଖିରି ଓ ଆରିସା ପିଠା l

କ୍ଷିରିସା
ଚାଉଳ ଓ ନଡିଆ ରସରେ ଗୁଡ ଦିଆଯାଇ ରନ୍ଧା ହୋ‌ଇଥିବା ପତଳା ଅଟକାଳି l

କ୍ଷୀରଗଜା
ଖାସ୍ତାଗଜା, ମ‌ଇଦା ସହିତ ଚିନି, ଘିଅ; ଦିଆଯାଇ ପ୍ରସ୍ତୁତ ହେଉଥିବା ମିଷ୍ଟାନ୍ନ l

କ୍ଷୁର
ଖିଅର କରିବା ପାଇଁ ବ୍ୟବହୃତ ଭଣ୍ଡାରିର ଉପକରଣ, ଏହା ଅତି ଧାରୁଆ, ଏଥିରେ ନିଶ, ଦାଢି ଚଞ୍ଛାଯାଏ l


logo